ସାବଧାନ ରାଜଧାନୀର ଦୁର୍ବୃତ୍ତ! ଏଣିକି ଆକାଶ ମାର୍ଗରୁ ହେବ ପାଟ୍ରୋଲିଂ

Beware the rogue of the capital! There will be aerial patrolling

0

ଓଡିଆ ନ୍ୟୁଜ (ବ୍ୟୁରୋ):  ଏଣିକିସାବାଡ ହେବେ ରାଜଧାନୀର ଦୁର୍ବୃତ୍ତ । ଆଉ ଲୁଚି ଲୁଚି କରିପାରିବେନି କଳା କାରନାମା । କାରଣ ଏଣିକି ରାଜଧାନୀକୁ ଜଗିବ ପୁଲିସ ଡ୍ରୋନ । ଆକାଶ ମାର୍ଗରୁ କରିବ ପାଟ୍ରୋଲିଂ । ଡ୍ରୋନ ଉଡାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ପୁଲିସ ରଖିବ ନଜର । ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍‌ରୋନ ପାଟ୍ରୋଲିଂ ଆରମ୍ଭ କରିବ କମିଶନରେଟ ପୁଲିସ ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଆଜି ଏହି ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି, ଏହି ଡ୍‌ରୋନରେ ହାଇ ଡେଫିନେସନ କ୍ୟାମେରା ବ୍ୟବହାର କରାଯାଇଛି । ବହୁତ ଦୂରରେ ଥିଲେ ମଧ୍ୟ ଫୁଟେଜ ଭଲ ଆସୁଛି । ଏହି ଡ୍‌ରୋନ ୫ ଶହ ମିଟର ଉଚ୍‌ଚତା ପର୍ଯ୍ୟନ୍ତ ଉଡି ପାରିବ । ୫ କିଲୋମିଟର ଅଂଚଳ ଉପରେ ନଜର ରଖି ପାରିବ । ରାଜଧାନୀରେ ହେଉଥିବା ପର୍ବପର୍ବାଣୀ, ରାଲି, ଆନ୍‌ଦୋଳନ, ଭିଭିଆଇପି କାର୍ଯ୍ୟକ୍ରମ ଓ ଅନ୍ତର୍ଜାତୀୟ ଇଭେଣ୍ଟ ବେଳେ ଏହି ଡ୍ରୋନ ଦ୍ୱାରା ନଜର ରଖାଯିବ । ବର୍ତ୍ତମାନ କମିଶନରେଟ ପୁଲିସ ଗୋଟିଏ ଡ୍ରୋନ ବ୍ୟବହାର କରୁଛି । ଆବଶ୍ୟକ ପଡିଲେ ଆହୁରି ଆଣିବା ପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଉଛି । ରାଜଧାନୀରେ ହକି ଓ ଫୁଟବଲ ଇଭେଣ୍ଟ ଡ୍ରୋନକୁ ବ୍ୟବହାର କରାଯାଇପାରିବ । କଣ୍‌ଟ୍ରୋଲ ରୁମ୍‌ରେ ବସି ଇଭେଣ୍ଟ ଉପରେ ନଜର ରଖାଯାଇପାରିବ । ୨୦୨୪ ନିର୍ବାଚନ ସମୟରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ଡିସିପି କହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.