୨୯.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଭଦ୍ରକ ଜିଲ୍ଲା ବନ୍ତ ଛକ ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ମାନସିକ ବିକାରଗସ୍ତ ମହିଳା ରାଜରାସ୍ତାରେ ସନ୍ତାନ ପ୍ରସବ କରିଛି I ସ୍ଥାନୀୟ ସଂଗଠନର କିଛି ବ୍ୟକ୍ତି ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ Iସେଠାରେ ଉଭୟ ମା ଓ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି Iଶିଶୁଟିକୁ ଜଣେ ଶିଶୁ ଡାକ୍ତରଙ୍କ ପାଖରେ ରଖାଯାଇ ଚିକିତ୍ସା କରାଯାଉବେଳେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ଶିଶୁର ଯତ୍ନ ନେବା ଆରମ୍ଭ କରିଛି । କେହି ଜଣେ ଦୁବୃର୍ତ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।