ଓଡ଼ିଆ ନ୍ୟୁଜ୍: କଣ୍ଟ୍ରୋଭର୍ସିରେ ପୁଣି ଥରେ ଫସିଛନ୍ତି ନାଣ୍ଡ ବାବୁ ଓରଫ ଅନନ୍ତ ନାରୟଣ ଧଳ । ଅଶୋକ ସମ୍ରାଟ ଏବଂ ତୁଳସୀ ଗଣନାଟ୍ୟର ମାଲିକ ଆଉ ଥରେ ବିବାଦ ମଧ୍ୟ ଫସିଯାଇଛନ୍ତି । ନାଣ୍ଡୁ ବାବୁ କୁଆଡେ ଯାତ୍ରା କରିବାକୁ କହି ଅଗ୍ରୀମ ନେଇଥିଲେ, ଯାତ୍ରା ତ ଦୂରର କଥା । ଯଦି କମିଟି ସଦସ୍ୟ ଅଗ୍ରୀମ ଟଙ୍କା ମାଗୁଛନ୍ତି । ତେବେ ନାଣ୍ଡୁ ବାବୁ କୁଆଡେ ଅସଭ୍ୟ ଭାଷାରେ କହିବା ସହ ଗାଳି ମଧ୍ୟ କରୁଛନ୍ତି ।
ବିବାଦରେ ପୁଣି ନାଣ୍ଡୁ ବାବୁ । ଯାତ୍ରା ପାର୍ଟି ଯାତ୍ରା ପାଇଁ ଟଙ୍କା ନେଲେ କିନ୍ତୁ ଲୋକଙ୍କୁ ଠକିଦେଲେ। ଯାତ୍ରା ପାର୍ଟି ଅଶୋକ ସମ୍ରାଟର ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଭଦ୍ରକ ଧୂଷୁରୀ ଥାନା ଫତେପୁର ଗାଁରେ ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଗାଡ଼ି ଅଟକାଇଛନ୍ତି ସ୍ଥାନୀୟ ଲୋକେ। ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟମାନେ ଯାତ୍ରା ପାର୍ଟି ଗାଡି ଆଗରେ ଧାରଣାରେ ବସିଛନ୍ତି ।