ଓଡିଆ ନ୍ୟୁଜ୍(ବ୍ୟୁରୋ): ଲୁଟେରା ଗ୍ୟାଙ୍ଗ ଠାବ। ଗତ ୧୯ ତାରିଖ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଧରିତ୍ରୀ ନଗର ଅଞ୍ଚଳରେ ସୁନା ଚେନ ଛିନତାଇ ହୋଇଥିଲା । ଜଣେ ମହିଳା ତାଙ୍କ ପିଲା କୁ ସ୍କୁଲ ନେଇ ଯାଉଥିବା ବେଳେ ସ୍କୁଟିରେ ଡକାୟତ ଛିନତାଇ କରିଥିଲେ l ଯାହାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ଗ୍ରାମାଞ୍ଚଳ ପୋଲିସ ୩ ଜଣ ଲୁଟେରା ଓ ୧ ରିସିଭରକୁ ଗିରଫ କରିଛି। ତାଙ୍କ ନିକଟରୁ ଏକ ହୁଣ୍ଡାଇ କାର, ଦୁଇଟି ବାଇକ, 55 ଗ୍ରାମର ସୁନା ଚେନ,20 ହାଜର 300 ଟଙ୍କା ସହ ମୋବାଇଲ , ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ୍ ସହ ବିଭିନ୍ନ ଆଇଡି କାର୍ଡ କୁ ଜବତ କରିଛି ପୋଲିସ।
ସେମାନେ ଆରଡ଼ି ଛକ ପାଖରେ ଭଡ଼ା ନେଇ ରହୁଥିଲେ l ଏହି ଅଭିଯୁକ୍ତ ମାନଙ୍କ ନାମରେ ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଥାନାରେ ଅଭିଯୋଗ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଦ୍ରକ SDPO ପ୍ରଭାସ ରଂଜନ ପାଲ୍।