ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାଗବତ ମେଲଣ ଓ ବାଲିଯାତ୍ରା । ଶ୍ରୀମଦ ଭାଗବତ ର ପ୍ରଚାର ପ୍ରସାର ସହ ଭକ୍ତି ଭାବନା ଓ ନଜି ନିଜ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଅନୁଷ୍ଠିତ ହୁଏ ଭାଗବତ ମେଲଣ l
ରାଜ୍ୟରେ ବିଭିନ୍ନ ସ୍ଥାନରେ ଆପଣ ଭାଗବତ ମେଲଣ ଦେଖିଥିବେ ସେହିପରି କଟକ ଜିଲ୍ଲା ସାଲେପୁର ବ୍ଲକ ଛୋଟିନଟରା ଗ୍ରାମର ଗ୍ରାମଦେବତୀ ମା କାଲୁଣୀ ଙ୍କ ପୀଠସ୍ଥଳୀରେ କାହିଁ କେଉଁ କାଳରୁ ଅନୁଷ୍ଠିତ ହେଉଛି ଭାଗବତ ମେଲଣ ଓ ବାଲିଯାତ୍ରା l ଏହି ଯାତ୍ରା ଦୀର୍ଘ ବର୍ଷ ହେବ ଏଠାରେ ଚାଲୁଥିବା ବେଳେ ବିଗତ ୨୨ବର୍ଷ ହେବ ଯାତ୍ରା କମିଟିର ସଭାପତି ତ୍ରିଲୋଚନ ବିଶ୍ୱାଳ ଙ୍କ ନେତୃତ୍ୱରେ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି l
ଏହି ପରିପ୍ରେକ୍ଷୀରେ ଗ୍ରାମର ଛଅ ଖଣ୍ଡ ବିଭାନରେ ଭାଗବତ ଗୋସ୍ବାଇଁ ପଟୁଆର ଶୋଭାଯାତ୍ରାରେ ମା ଙ୍କ ପୀଠସ୍ଥଳୀକୁ ଆସିଛନ୍ତି l ଏହି ଯାତ୍ରା ଦୁଈ ଦିନ ଧରି ଅନୁଷ୍ଠିତ ହେବ ଏବଂ ଅପେରା ଦାରୁବ୍ରହ୍ମ ଏଠାରେ ଯାତ୍ରା ପରିବେଷଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି l