ଓଡ଼ିଆ ନ୍ୟୁଜ୍: ବିଭୀଷଣ’ ମନ୍ତବ୍ୟକୁ ନେଇ ପୁଣି ଥରେ ମୁହଁ ଖୋଲିଲେ ପିସିସି ସଭାପତି।‘ମୋର ମନ୍ତବ୍ୟକୁ ଘାଣ୍ଟି ଚକଟି ଭିନ୍ନ ଭାବରେ ଚିତ୍ରଣ କରାଯାଉଛି’।ପ୍ରଶ୍ନ ପଚରା ଯିବାରୁ ଏଭଳି ମୁଁ କହିଥିଲି- ଭକ୍ତ ଚରଣ ଦାସ। ଵିଭୀଷଣ ଭଗବାନଙ୍କ ଶରଣରେ ଥିଲେ, କଥା ଛଳରେ ମୁଁ କହିଥିଲି।‘ଏ ସମୟରେ ଅଯଥା ବାଦ ବିବାଦ କରନ୍ତୁ ନାହିଁ, କଂଗ୍ରେସ ରିଭାଇଭ୍ କରୁଛି’।
ମୋ ବିରୋଧରେ ସୀମା ବାହାରେ ଅପପ୍ରଚାର, ମୋର କିଛି ହେବ ନାହିଁ।‘କିଏ ଚାହିଁବ ମୁଁ କାହାର ଗୁଲାମ ହୋଇ କାମ କରିବି, ସେମିତି ହେବ ନାହିଁ।ପିସିସି ସଭାପତି ହଟାଅ ଅଭିଯାନ ନେଇ ମଧ୍ୟ ମତ ରଖିଲେ ଭକ୍ତ।ନିର୍ବାଚନ ପୂର୍ବରୁ କିଏ ମୁଖ୍ୟମନ୍ତ୍ରୀ ହେବ ବୋଲି ପ୍ରତିଯୋଗିତା ହେଲେ ଚଳିବ।‘ଏବେ ସେଭଳି ସମୟ ଆସି ନାହିଁ, ଏହା ହେଉଛି ଏକ ଆରମ୍ଭ ମାତ୍ର’।