ଓଡ଼ିଆ ନ୍ୟୁଜ୍: ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପରେ ବର୍ଷିଲେ ଭକ୍ତ ଦାସ। ବିଧାୟକ ରମେଶ ଜେନାଙ୍କ ନିଲମ୍ବନ ହଟିବ ନାହିଁ କହିଲେ ଭକ୍ତ।ରମେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି। ବିନା ରମେଶ ଜେନାରେ ଗଞ୍ଜାମ, ବିନା ଭକ୍ତ ଦାସରେ କଂଗ୍ରେସ ଚାଲିପାରିବ।ବ୍ୟକ୍ତି ବଡ଼ ନୁହେଁ ଦଳ ବଡ଼ କହିଲେ ଭକ୍ତ ଦାସ। AICC ରମେଶଙ୍କୁ ସସ୍ପେଣ୍ଡ୍ କରିଛି, ବିରୋଧରେ ଯିବା ଉଚିତ ନୁହେଁ।ବିଜେଡିକୁ ବିରୋଧ କରି ବିଜେପିକୁ ଭୋଟ୍, କି ପ୍ରକାର ରାଜନୀତି।
ରାଜ୍ୟରେ ଆମେ କିଛି କରିନାହୁଁ, aicc ରମେଶ ଜେନାଙ୍କୁ ନିଲମ୍ବନ କରିଛନ୍ତି । ତେଣୁ ରମେଶ ସିଧାସଳଖ aicc କୁ ବିରୋଧ କରୁଛନ୍ତି । Aicc ବିରୋଧରେ ଯିବା ଉଚିତ ନୁହେଁ । ଗଞ୍ଜାମ କେତେ ଜିଲ୍ଲାପରିଷଦ ସଭ୍ୟ ରହିଛନ୍ତି, ଗଞ୍ଜାମ ରେ ଆମ ସଂଗଠନ ନାହିଁ । ଜିଲ୍ଲା ସଭାପତି ଭାବରେ ସଂଗଠନ କୁ ମଝାବୁତ କରିବା ରମେଶଙ୍କ ଦାୟିତ୍ୱ ଥିଲା ।
ଯେହେତୁ ସିଏ one man ହୋଇଥିଲେ, ଦଳ ତାଙ୍କ ଉପରେ ଭରସା କରୁଥିଲା ତେଣୁ ସିଏ କ୍ରସ ଭୋଟିଙ୍ଗ କରିବାକୁ ଡରିଲେ ନାହିଁ । ସଂଗଠନ ଥିଲେ ନିଶ୍ଚିନ୍ତ ଡରିଥାନ୍ତେ । ଗୋଟିଏ ରମେଶ ଜେନା ନୁହେଁ ଗଞ୍ଜାମ ହଜାରେ ରମେଶ ଜେନା ଆସିବେ । ସମସ୍ତେ ଦେଖିବେ ଗଞ୍ଜାମରେ କଂଗ୍ରେସ କେମିତି ମଝଭୁତ ହେଵ ବୋଲି ପିସିସ ସଭାପତି ସ୍ପଷ୍ଟ କରି କହିଛନ୍ତି ।