କଂଗ୍ରେସ ବିଜେଡି ପ୍ରାର୍ଥୀ ଜିତିବେ: ଭକ୍ତ ଦାସ

0

ଓଡ଼ିଆ ନ୍ୟୁଜ୍: କଂଗ୍ରେସ-ବିଜେଡି ମିଳିତ ପ୍ରାର୍ଥୀ ଜିତିବେ ବୋଲି ଦୋହରାଇଲେ ଭକ୍ତ ଦାସ।ଗଣତନ୍ତ୍ର ଉପରେ ବିଜେପିର ବିଶ୍ୱାସ ନାହିଁ କହି ସମାଲୋଚନା କଲେ।’ବର୍ତ୍ତମାନ ବିଜେଡି-କଂଗ୍ରେସ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ନିଶ୍ଚିତ’। ଘୋଡ଼ା ବେପାର ହେବ କି ବୋଲି ପ୍ରଶ୍ନକୁ ଏଡ଼ାଇଗଲେ ଭକ୍ତ।

ସେପଟ ରାମଚନ୍ଦ୍ର କାଡାମ୍ କହିଛନ୍ତି, ଏଆଇସିସିର ନିର୍ଦ୍ଦେଶ ରହିଛି କଂଗ୍ରେସର ସବୁ ବିଧାୟକ ଏକ ହୋଇକି ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବେ । ୧୪ ବିଧାୟକ ଏକ ହୋଇ ତାଙ୍କୁ ଜିତାଇବୁ । କୌଣସି ଭୋଟ୍ ଏପଟ ସେପଟ ହେବନାହିଁ । ଏନେଇ ପିସିସି ସଭାପତି ସମସ୍ତଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ବିଧାୟକଙ୍କ ସହିତ ପିସିସି ଯୋଗାଯୋଗରେ ଅଛନ୍ତି । କଂଗ୍ରେସର ଗୋଟେ ବୋଲି ଭୋଟ୍ ଏପଟ ସେପଟ ହେବ ନାହିଁ । କ୍ରସ୍‌ଭୋଟିଂ ହେବାର ପ୍ରଶ୍ନ ଉଠୁନି । ବିଜେଡି, କଂଗ୍ରେସ ଏବଂ ସିପିଆଇଏମ୍ ମିଶିଲେ ୩୩ ଭୋଟ୍ ହେଉଛି । ଆମର ସଂଖ୍ୟା ଗରିଷ୍ଠତା ଅଛି । ବିଜେପି ପାଖେ ବଳକା ୨୨ଟି ସିଟ୍ ଅଛି, ତାଙ୍କ ପାଖେ ସଂଖ୍ୟା ହେଉନାହିଁ । ଦିଲ୍ଲୀପ ରାୟ କ’ଣ ଗଣନା କରିଥିବେ ଆମ ଗଣନା ଅନୁଯାୟୀ ଆମେ ଜିତିବୁ ।

Leave A Reply

Your email address will not be published.