ଓଡ଼ିଆ ନ୍ୟୁଜ୍: କୌଣସି ଗୋଟିଏ ବି ପରୀକ୍ଷାରେ ସ୍ୱଚ୍ଛତା ନାହିଁ କହିଲେ ପିସିସି ସଭାପତି। ‘ଗତ ସରକାରରେ ଯେଉଁମାନେ ଚାବି ଧରିଥିଲେ, ଏବେ ବି ସେହିମାନେ ଧରିଛନ୍ତି’।‘ବିଜେଡିକୁ ଗାଳି ଦେଇ ସରକାରକୁ ଆସିଲେ, ଏବେ ତାଙ୍କ ସହ ମିଶି ଦୁର୍ନୀତି’। ‘SI ପରୀକ୍ଷା କେଳେଙ୍କାରୀର ବିଚାରବିଭାଗୀୟ କିମ୍ବା ସିବିଆଇ ତଦନ୍ତ ହେଉ’।
ବିଗତ ସରକାରରେ ଯେଉଁମାନେ ଚାବି ଧରିଥିଲେ ଆଜି ବି ସେମାନଙ୍କ ହାତରେ ଚାବି ରହିଛି ବୋଲି ସେ କହିଛନ୍ତି। ବିଜେପିର ଓଡିଶାରେ ୬ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି, ତେଣୁ ଏଭଳି ସିଷ୍ଟମ ଚାଲିଛି।
ଆସନ୍ତା କାଲି ନୂଆପଡାରେ ବିଜେପି କଂଗ୍ରେସର ପାୱାର ସୋ’ କରାଯିବ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ଗସ୍ତ କରୁଥିବା ବେଳେ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ନୂଆପଡା ଗସ୍ତ କରିବେ କଂଗ୍ରେସ କୋମନାରୁ ଖରିଆର ନୂଆପଡ଼ାରେ ୪୦କିମି ବାଇକ ରାଲି କରିବା ସହ ନ୍ୟାୟ ଶୋଭାଯାତ୍ରା କରିବ।