ଓଡ଼ିଆ ନ୍ୟୁଜ୍: ମୋକିମଙ୍କ ବହିଷ୍କାର ନେଇ ଭକ୍ତ ଦାସଙ୍କ ବଡ଼ ବୟାନ।ମୋକିମ ବାବୁ ଥରେ ଦଳରୁ ବହିଷ୍କୃତ ହୋଇଥିଲେ, କାରଣ କହିବିନି।‘ମୁଁ ପ୍ରଚାର କମିଟି ଅଧ୍ୟକ୍ଷ ହେଲା ପରେ ଆସେଟ ହେବେ ଭାବି ଫେରାଇ ଆଣିଥିଲି’। ସେ ଯେଉଁ ଚିଠି ଲେଖିଛନ୍ତି, ତାହା ସେ ନିଜେ ଲେଖିଲା ପରି ଲାଗୁନି।ଚର୍ଚ୍ଚା ହେଉଛି ଓଡ଼ିଶା କଂଗ୍ରେସ ଉପରେ, ଚିଠିରେ କିନ୍ତୁ କିଛି ଅଲଗା ଅଛି।୩/୪ଟି ପଏଣ୍ଟରୁ ରାଷ୍ଟ୍ରୀୟ ଦଳକୁ ମାର୍ଗଦର୍ଶନ, ନେତୃତ୍ବକୁ ପ୍ରଶ୍ନ କରାଯାଇଛି।ବିଜେପିର ବଡ଼ ନେତୃତ୍ବ ଡ୍ରାଫ୍ଟିଂ କଲା ଭଳି ଲାଗୁଛି।
ପରିସ୍ଥିତିରେ ପଡ଼ି ସେ ଚିଠିରେ ଦସ୍ତଖତ କରି ପଠାଇଥିବେ।ତାଙ୍କୁ ପରିପ୍ରକାଶ କରିବା ପାଇଁ ବାଧ୍ୟ କରାଯାଇ ପାରିଥାଏ।ସେ ଯେଉଁ ରାଜନୈତିକ ପଦକ୍ଷେପ ନେବେ ମୁଁ ଶୁଭକାମନା କରୁଛି।ସୋଫିଆ ଜଣେ ଉଦୀୟମାନ ଝିଅ, ତାଙ୍କ ଭବିଷ୍ୟତ ସିଏ ସ୍ଥିର କରିବେ।ଆମର ଆଶୀର୍ବାଦ ତାଙ୍କ ଉପରେ ଅଛି, ସେ ଆଗକୁ ଯାଇପାରିବେ।