ଭାରତରେ ମହାମାରୀ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତକ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ମୁତାବକ ଆଜି ସକାଳ ସୁଦ୍ଧା ଭାରତରେ କରୋନା ଜନିତ ଆକ୍ରାନ୍ତଙ୍କ 31332 ରହିଥିବା ବେଳେ ମୃତକଙ୍କ ସଂଖ୍ଯା 1000 ଅତିକ୍ରମ କରି 1007 ରେ ପହଁଞ୍ଚିଛି l ସେହିପରି ସୁସ୍ଥ ଙ୍କ ସଂଖ୍ୟା 7695 ରେ ପହଁଞ୍ଚିଛି l ସେପଟେ ମହାରାଷ୍ଟ୍ର ରାଜ୍ୟ ରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି l ମହାରାଷ୍ଟ୍ର ରାଜ୍ୟରେ 9318 ଜଣ ଆକ୍ରାନ୍ତ ହୋଇଥିବା ବେଳେ 400 ଲୋକଙ୍କ ମୃତ୍ୟୁ ଘଟିଛି l 1388 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ସେହପରି ଗୁଜୁରାଟ ରେ ଆକ୍ରାନ୍ତଙ୍କ ସଂଖ୍ୟା 3744 ରହିଛି ଏବଂ ମୃତକଙ୍କ ସଂଖ୍ଯା 181 ଜଣ ପ୍ରାଣ ହରାଇଛନ୍ତି l 434 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ରାଜଧାନୀ ଦିଲ୍ଲୀରେ 3314 ଜଣ ଆକ୍ରାନ୍ତ ହୋଇଥିବା ବେଳେ 54 ଜଣ ଙ୍କ ମୃତ୍ୟୁ ଘଟିଛି l 1078 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ତାମିଲନାଡୁ ରାଜ୍ୟ ରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 2085 ଥିବା ବେଳେ ମୃତକଙ୍କ ସଂଖ୍ଯା 25, ରହିଛି ଏବଂ ସୁସ୍ଥ ଙ୍କ ସଂଖ୍ୟା 1168 ରହିଛି l ସେହିପରି ମଧ୍ୟପ୍ରଦେଶ ରେ 2387 ଜଣ ଆକ୍ରାନ୍ତ ହୋଇଥିବା ବେଳେ 120 ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ 377 ଜଣ ସୁସ୍ଥ ହୋଇଛନ୍ତି l