ଭାରତୀୟ ଜନତା ପାର୍ଟି ପକ୍ଷରୁ ବାରିପଦାରେ କଳା ଦିବସ ପାଳିତ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଦେଶର ଗଣତନ୍ତ୍ରକୁ ହତ୍ୟା କରିଥିଲେ। ବିରୋଧୀ ଦଳର ନେତାମାନଙ୍କୁ ବେଆଇନଭାବେ କାରାଗାରରେ ଭର୍ତ୍ତି କରିଥିଲେ । ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କୁହାଯାଉଥିବା ପତ୍ରକାରମାନଙ୍କୁ ମଧ୍ୟ ଛାଡିନଥିଲେ ଶ୍ରୀମତୀ ଗାନ୍ଧୀ ।

କଂଗ୍ରେସର ଏହି ଗଣତନ୍ତ୍ର ବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ପ୍ରତିବର୍ଷ ଜୁନ ୨୫ତାରିଖରେ ବିଜେପି ରାଜ୍ୟବ୍ୟାପୀ କଳାଦିବସ ଭାବେ ପାଳନ କରିଆସୁଅଛି। ସବୁ ଜିଲାରେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିଙ୍କୁ ବିଜେପି ପକ୍ଷରୁ ସମ୍ମାନିତ କରାଯିବା ସହ ଜନସାଧାରଣଙ୍କୁ ଜରୁରୀକାଳୀନ ପରିସ୍ଥିତିର ଭୟାବହତା ସମ୍ପର୍କରେ ଅବଗତ କରାଇବା ପାଇଁ ପ୍ରୟାସ କରିଛି ।

ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ବାରିପଦା ସ୍ଥିତ ଷ୍ଟାଡିୟମ କନଫରେନ୍ସ ହଲ୍ ଠାରେ ଏକ ଭବ୍ୟ ସଭାର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ “ଶରତ ବେହେରା” ରହିଥିଲେ । ଯିଏକି ଜରୁରୀ କାଳୀନ ପରିସ୍ଥିତିରେ ସେ ଜେଲ ଯାଇଥିଲେ। କଳାଦୀବସ ବିଷୟରେ ଶ୍ରୀଯୁକ୍ତ ବେହେରା ନିଜର ସେଦିନର ଅନୁଭୂତି ବିଷୟକୁ ବଖାଣିଥିଲେ । ଏହି କାର୍ଯ୍ୟକ୍ରମରେ ବାରିପଦା ସହରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ବିଜେପି ଦଳର ବହୁ ବରିଷ୍ଠ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.