ଭୁବନେଶ୍ବରରେ ହେବ ୨ଟି ଫୁଟ୍ ଓଭରବ୍ରିଜ୍: କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା ଷଡଙ୍ଗୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା  ଅପରାଜିତା  ଷଡ଼ଙ୍ଗୀ ଆଜି ସଡ଼କ, ପରିବହନ ଏବଂ ରାଷ୍ଟ୍ରୀୟ ମହାମାର୍ଗ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କରିଛନ୍ତିl ବିଗତ ଦିନରେ ସଂସଦୀୟ କ୍ଷେତ୍ରର ଜନସାଧାରଣ ବିଭିନ୍ନ ସମୟରେ ଆସି ଅସୁବିଧା ଏବଂ ଆବଶ୍ୟକତା ସାଂସଦଙ୍କୁ ଜନ ଅଭିଯୋଗ ଶୁଣାଣି (Public Grievances Hearing )ସମୟରେ ଜଣାଇଥିଲେ , ସେସବୁକୁ ନିତିନ୍ ଗଡକରୀଙ୍କୁ .ଭେଟି ଜଣାଇଛନ୍ତି ସାଂସଦ ଶ୍ରୀମତି ଷଡଙ୍ଗୀ।

ବିଗତ ଦିନରେ ଭୁବନେଶ୍ବର ବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଜନ ସାଧାରଣଙ୍କ ସହ ବିଭାଗୀୟ କତୃପକ୍ଷଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ l ପାରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଏହାର ସଫଳ ରୂପାୟନ ପାଇଁ ପ୍ରାୟସରତ ଥିଲେ l

ଏହି କ୍ରମରେ ଆଜି ନିତିନ୍ ଗଡ଼କରୀଙ୍କୁ ଭେଟି ଶ୍ରୀମତି ଷଡଙ୍ଗୀ ଏହି ସବୁ ମଞ୍ଜୁରୀ ହେବାକୁ ଥିବା ପ୍ରକଳ୍ପ ଗୁଡିକ ବିଷୟରେ ଆଲୋଚନ କରିଛନ୍ତି।

1-କସମୋପଲିସ (Cosmopolis) ଠାରେ 20 କୋଟି ପୁଞ୍ଜି ବିନିଯୋଗରେ fly over ନିର୍ମାଣ l

2-Hotel Crown ଏବଂ ସତସଙ୍ଗ ବିହାର ଠାରେ 3କୋଟି 22 ଲକ୍ଷ୍ୟ ବିନିଯୋଗରେ ରେ Foot Over Bridge ନିର୍ମାଣ l

3- ବୃହତ ପ୍ରକଳ୍ପ କ୍ୟାପିଟାଲ ରେଜିୟନ ରୋଡ଼ (Capital Region Road ) ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ କଟକ ଜିଲ୍ଲା ଟାଙ୍ଗୀ ପର୍ଯ୍ୟନ୍ତ 5744 କୋଟି ପୁଞ୍ଜି ବିନିଯୋଗରେ ରୋଡ (By pass)ନିର୍ମାଣ ହେବ lଏହି ତିନୋଟି ପ୍ରକଳ୍ପରେ ସର୍ବମୋଟ 5767 କୋଟି 22 ଲକ୍ଷ୍ୟ ଟଙ୍କା ବିନିଯୋଗ ହେବ lଏହି କାର୍ଯ୍ୟକ୍ରମ ପାଇଁ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରିଙ୍କୁ ଧନ୍ୟବାଦ ଜଣେଇଛନ୍ତି l

Leave A Reply

Your email address will not be published.