ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଆଜି ଓକିଲମାନେ ଆନ୍ଦୋଳନ କରିଛନ୍ତି । ଭୁବନେଶ୍ୱର ଓକିଲ ସଂଘ କ୍ଷରୁ କୋର୍ଟର ମୁଖ୍ୟ ଫାଟକ ନିକଟରେ ପ୍ରତିବାଦ କରି ଧାରଣା ଦେଇଥିଲେ । ୨୦୧୩ମସିହାରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସରେ ଏହି ଆନ୍ଦୋଳନ ହେଉଥିବା ବେଳେ କରୋନା ଯୋଗୁଁ ୨ବର୍ଷ ହେଲା ବନ୍ଦ ପରେ ପୁଣି ଏହି ଆନ୍ଦୋଳନ ମୁଣ୍ଡ ଟେକିଛି । ସବୁ ରାଜ୍ୟର ରାଜଧାନୀରେ ହାଇକୋର୍ଟ ରହିଥିବା ବେଳେ ଭୁବନେଶ୍ୱରରେ ହାଇକୋର୍ଟ ସ୍ଥାନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ । ଏହି ଶାନ୍ତି ୂଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ସମେତ ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ସମ୍ପାଦକ ରାଜ୍ କିଶୋର ଦାସ, ସଂଘଠନ ସମ୍ପାଦକ ଅଶୋକ ବଡ଼ଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, ଅଭିନାଶ ମହାନ୍ତି, ଚିନ୍ମୟ ମହ।।ତ୍ର, ଚିତ୍ରସେନ ଶ୍ରୀଚନ୍ଦନ, ଚିତରଞ୍ଜନ ବୈରୀଶାଲ, ଡ. ଲିଙ୍ଗରାଜ ସାହୁ, ସରୋଜ ସାହୁ, ଅଭିଜିତ ମିଶ୍ର, ଶୁଭଦର୍ଶୀ ପଟ୍ଟନାକୟ, ଅଭୟ ଶତଥୀ, ଉମା ପଟ୍ଟନାୟକ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.