ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନାଁରେ ପୂର୍ବରୁ ରହିଛି ମାମଲା: ଡିସିପି କହିଲେ ଅଧିକ ତଦନ୍ତ ପାଇଁ ଜବତ ହୋଇଛି ମୋବାଇଲ ଓ ଲ୍ୟାପଟପ୍
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ସେ କହିଛନ୍ତି ପୂର୍ବରୁ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ୨ ଅକ୍ଟୋବରରେ FIR କରିଥିଲେ । ଅଭିଯୋଗ ଥିଲା ବିଶ୍ବାସ ଓ ଭରସା ଭାଙ୍ଗି ଜଣେ ବ୍ୟକ୍ତି କିଛି ଅନ୍ତରଙ୍ଗ ଫଟୋ ଭିଡିଓ ତାଙ୍କର ରେକର୍ଡ କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ନିଜେ ଅଭିଯୋଗକାରୀଙ୍କ ବିରୋଧରେ blackmail ଶିକାର ଓ ଭିଡିଓ ଫଟୋ ଦେଖାଇ ବିପୁଳ ପରିମାଣର ଟଙ୍କା ଦାବି କରିଥିଲେ । ଭୟରେ ପୀଡ଼ିତ ଓଲଟା FIR କରିଥିଲେ । ଯାହାର କେସ୍ ନଂ 496/22। ଏହି ମାମଲାକୁ ନିଜେ ଆଇଆଇସି ତଦନ୍ତ କରୁଛନ୍ତି। ଏଥିରେ ନିଜେ ସଡ଼ଯନ୍ତ୍ରକାରୀ ଗିରଫ ହୋଇଛି। ତା ନିକଟରୁ tablet, laptop, pen drive, passport, ଜବତ କରାଯାଇଛି।ଏହା ସହ ଘରେ ଥିବା ସମସ୍ତ recording device ଜବତ ହୋଇଛି। ଏସବୁ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଛି।
ଏହା ସହିତ RBIକୁ ଚିଠି ଲେଖି ସେମାନଙ୍କର ଆର୍ଥିକ କାରବାର ଯାଂଚ ପାଇଁ କୁହାଯାଇଛି ।ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ନାମରେ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍, fix ଡିପୋଜିଟ୍, ଗତ ୫ ବର୍ଷର ଆର୍ଥିକ କାରବାର ଯାଂଚ ପାଇଁ ଲେଖା ଯାଇଛି। ଯଦି କିଛି ନୂଆ ଅଭିଯୋଗ ମହିଳାଙ୍କ ବିରୋଧରେ ଆସେ ତାହେଲେ କେସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ସ୍ଵାମୀ ଅସୁସ୍ଥ ଥିବାରୁ ଜେରା କରାଯାଇ ନାହିଁ। ସବୁ ପ୍ରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡିଲେ ରିମାଣ୍ଡରେ ଆଣିବୁ। ତାଙ୍କ ନାମରେ ଥିବା ଜମି, କମ୍ପାନୀ, ଇଲେକ୍ଟ୍ରୋନିକ୍ସ ସମାଗ୍ରୀ ତଦନ୍ତ ପରିସରରେ ରହିଛି। ଆଉ କିଛି ଥାନା ରେ ଅଭିଯୋଗ ଅଛି କି ନାହିଁ ଯାଂଚ ଚାଲିଛି। କିନ୍ତୁ ଏଯାଏଁ 2 ଟି କେସ୍ ହୋଇଛି ବୋଲି କହିଛନ୍ତି ପ୍ରତୀକ ସିଂହ ।