ଆଜି ରାଜଧାନୀ ପ୍ରତିଷ୍ଠା ଦିବସ

0

ଓଡ଼ିଆ ନ୍ୟୁଜ୍: ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ।୧୯୪୮ ଏପ୍ରିଲ ୧୩ରେ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା।ବୟସ ବଢ଼ିବା ସହ ବଦଳିଛି ସହରର ରୂପରେଖ, ବଦଳିଛି ପରିବେଶ। ମନ୍ଦିର ମାଳିନୀରୁ ସ୍ମାର୍ଟ ସିଟି । ଏକାମ୍ର କ୍ଷେତ୍ରରୁ ରାଜ୍ୟର ରାଜଧାନୀ।ଆଜି ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ୭୮ ବର୍ଷରେ ପାଦ ଥାପିଛି ଭୁବନେଶ୍ୱର।ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ବିଶ୍ୱସ୍ତରୀୟ ନେଟଓ୍ୱର୍କ, ଲୋକଙ୍କ ଜୀବନଶୈଳୀ। ସବୁକିଛି ବଦଳିଛି ଏହି ୭୮ ବର୍ଷ ମଧ୍ୟରେ ।

ଆମେ ସମସ୍ତେ ଜାଣିଛେ ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର “ଅଟୋ କଏନ୍ସବର୍ଗର” । ୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପନ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ।କିନ୍ତୁ ଏହି ସହରର ଇତିହାସ ପାଖାପାଖି ତିନିହଜାର ବର୍ଷ ପୁରୁଣା ।

Leave A Reply

Your email address will not be published.