ଓଡ଼ିଆ ନ୍ୟୁଜ୍: ହୋର୍ଡିଂ ଭୁଶୁଡ଼ି ମୃତ୍ୟୁ ଘଟଣାରେ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା। ଭୁବନେଶ୍ୱରର ଆଇଗିଣିଆରେ ଦୁଃଖଦ ଘଟଣାକୁ ନେଇ CMଙ୍କ ଦୁଃଖପ୍ରକାଶ।ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଲେଖାଏଁ ମିଳିବ।CMRFରୁ ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱରର ଆଇଗିଣିଆ ଅଞ୍ଚଳରେ ଦୁଃଖଦ ଘଟଣାକ୍ରମେ ଏକ ହୋର୍ଡିଂ ଭୁଶୁଡ଼ି ଟୁନା ଗୌଡ଼ ଏବଂ ସଚ୍ଚିଦାନନ୍ଦ ପ୍ରଧାନଙ୍କର ପ୍ରାଣହାନୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।