ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଭିଜିଲାନ୍ସ ଜାଲରେ ବଡ଼ ମାଛ।ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ର ଭିଜିଲାନ୍ସ ଜାଲରେ। ଅଜୟ ମିଶ୍ର ଭୁବନେଶ୍ୱର R&B ଡିଭିଜନ ୪ରେ କାର୍ଯ୍ୟରତ ଅଛନ୍ତି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୬ଟିସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଭୁବନେଶ୍ୱର ପଟିଆ ଶ୍ରୀବିହାର, ରଘୁନାଥପୁର ଘର ଓ ଅଫିସରେ ଚଢ଼ାଉ। ଢେଙ୍କାନାଳର ୨ଟି ସ୍ଥାନ, ଅନୁଗୁଳ ଜିଲ୍ଲା କାକୁଡି ସ୍ଥିତ ପୈତୃକ ଗାଁରେ ଚଢ଼ାଉ। ଚଢ଼ାଉରେ ୫ ଜଣ DSP, ୧୧ inspector ସାମିଲ। ଅଛନ୍ତି।
ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପଟିଆର ସାଇ ଗାର୍ଡେନ୍ ଆପାର୍ଟମେଣ୍ଟ ଆବାସିକ ଭଡ଼ା ଘର ବ୍ଲକ୍ ନଂ-ବି / ୨୦୨, ଢେଙ୍କାନାଳ ସଦର ଥାନା ତାରିଣୀ ନଗର ପ୍ଲଟ୍ ନଂ -୧୩୦ / ୯୯ରେ ଥିବା ତିନିମହଲା କୋଠା, ପ୍ଲଟ୍ ନଂ -୧୨୬ / ୨୦୦ ଏବଂ ୧୩୦/୯୯ ଉପରେ ନିର୍ମିତ ଏକ ମହଲା ଘର, ଭୁବନେଶ୍ୱରର ରଘୁନାଥପୁରରେ ଅବସ୍ଥିତ ତିନିମହଲା କୋଠା, ଅନୁଗୁଳ ଜିଲ୍ଲାର କାକୁଡ଼ିଠାରେ ଥିବା ପୈତୃକ ଘର ଏବଂ ରାଜଧାନୀର ନିର୍ମାଣ ସୌଧରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି।
ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟଙ୍କ ଆଦେଶ ବଳରେ ଚାଲିଥିବା ଏହି ଚଢ଼ାଉରେ ପାଞ୍ଚଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।