ଓଡ଼ିଆ ନ୍ୟୁଜ୍: ଜିଜିପି କଲୋନୀ ରାହୁଲ ହତ୍ୟା; ତଦନ୍ତକୁ ନେଇ ପତ୍ନୀ ଓ ପରିବାର ସନ୍ଦେହରେ।ରାହୁଲକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କଲେ।ପୂର୍ବରୁ ପାର୍କିଙ୍ଗ ଘଟଣା ନେଇ ବିବାଦ ହୋଇଥିଲା, ସନ୍ଦେହ ହେଉଛି କହିଲେ। ପାର୍କିଙ୍ଗ ବିବାଦରେ FIR ନ ଲେଖିବାକୁ ପୋଲିସ କହିଥିଲା କହିଲେ।ରାହୁଲଙ୍କ ସାଙ୍ଗ ଶିବାଙ୍କର ୩ ଜଣଙ୍କ ସହ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ଶିବାକୁ ନ ମାରି ରାହୁଲକୁ କେମିତି ମାରିଲେ, ସନ୍ଦେହ ପ୍ରକାଶ କଲେ। ଘଟଣା ପରଠାରୁ ଶିବା କୁଆଡ଼େ ଗଲା, ପୋଲିସ ତାଙ୍କୁ ଧରୁନି କାହିଁକି।୩ ଅଭିଯୁକ୍ତଙ୍କ ମୋବାଇଲ ସିଡିଆର ଯାଞ୍ଚ ଦାବି କଲେ ପରିବାର।
ଜିଜିପି କଲୋନୀ ରାହୁଲ ହତ୍ୟା ଘଟଣାରେ ସାଂଘାତିକ ଅଭିଯୋଗ। ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲଙ୍କ ପତ୍ନୀ।ମଞ୍ଚେଶ୍ବର ପୋଲିସ ଠିକ୍ ଭାବେ ତଦନ୍ତ କରୁନି କହିଲେ।ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ରହିଛି କହିଲେ ରାହୁଲଙ୍କ ପତ୍ନୀ। ରାହୁଲଙ୍କ ସାଙ୍ଗ ଶିବାକୁ କାହିଁକି ପୋଲିସ ଧରୁନି ପଚାରିଲେ।କାଲି ଏକ ଏତଲା କରିବାକୁ ମୋ ନଣନ୍ଦ ଯାଇଥିଲେ। ମାତ୍ର ଥାନା IIC ଆମ କଥା ଅନୁସାରେ ଏତଲା କର କହିଛନ୍ତି। ପାର୍କିଂକୁ ନେଇ ବିବାଦ ଥିଲା, ଆଗରୁ ଧମକ ମିଳିଥିଲା।ପୋଲିସ କିଛି ତଦନ୍ତ କରୁନି, ଯେଉଁମାନଙ୍କୁ ପଚାରିବା କଥା ପଚାରୁନି। ରାହୁଲଙ୍କ ପତ୍ନୀଙ୍କ ଅଭିଯୋଗ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।