ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦେଲେ ତୃତୀୟ ବାର୍ଷିକ ରିପୋର୍ଟ କାର୍ଡ, କେତେ କାମ କରିଛନ୍ତି ଦେଲେ ହିସାବ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ତୃତୀୟ ବାର୍ଷିକ ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରିପୋର୍ଟ କାର୍ଡକୁ ଉନ୍ମୋଚନ କରି ସାଂସଦ କହିଛନ୍ତି, ଏଇ ତିନି ବର୍ଷରେ 6ଟି ଦିଗରେ କାମ କରିବାର ପ୍ରୟାସ କରିଛି । ବିକାଶ କାର୍ଯ୍ୟ, ଜନସାଧାରଣଙ୍କ ଅଭିଯୋଗର ଶୁଣାଣି, ସମସ୍ତଙ୍କ ପାଖକୁ ପହଞ୍ଚିବା, ସଂସଦରେ ଭୁବନେଶ୍ୱର କଥା ଉପସ୍ଥାପନା, ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସକ୍ରିୟ ଅଂଶଗ୍ରହଣ କରିବା ଓ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ମତ ରଖିଛି । ଏସବୁ ଦିଗରେ ନିଜର 100% ଦେଇଛି ।

୧. NHAI ଜରିଆରେ 6473 କୋଟି 62 ଲକ୍ଷ ଟଙ୍କାର 43ଟି ପ୍ରକଳ୍ପ କାମ ମୋ ସଂସଦୀୟ କ୍ଷେତ୍ରରେ ଆରମ୍ଭ ହୋଇଛି ।

୨.10 flyover, 28ଟି ଅଣ୍ଡର ପାସ, 4ଟି foot over bridge, ଖୋର୍ଦ୍ଧା ବାଇପାସ ଓ ରିଙ୍ଗ ରୋଡ଼ ପ୍ରକଳ୍ପ କାମ ଚାଲିଛି ।

୩. ୱାର୍ଡ 4ରେ ଡ୍ରେନର ସମସ୍ୟା ଥିଲା । BMC ଓ NHAI ସହଯୋଗରେ 10 କୋଟି 20 ଲକ୍ଷ ଟଙ୍କାର 10 ବଡ଼ ଡ୍ରେନ କାମ ସରିଛି ।

୪. ସାଂସଦ ପାଣ୍ଠିରୁ 1000 ସୋଲାର ଲାଇଟ ଲଗାଯାଇଛି । 1143 ପ୍ରକଳ୍ପ ଲାଗି ସାଂସଦ ପାଣ୍ଠି ମଞ୍ଜୁର । 1036ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି ।

୫. ପାଇପ ପାଣି ଯୋଗାଣ: ଜଳ ଜୀବନ ମିଶନ ଅଧୀନରେ ସଂସଦୀୟ କ୍ଷେତ୍ରରେ 1380. 25 କୋଟି ଟଙ୍କା ବ୍ୟୟରେ 9ଟି ମେଗା ଜଳ ଯୋଗାଣ ପ୍ରକଳ୍ପ ଚାଲିଛି । ମୋ ସଂସଦୀୟ କ୍ଷେତ୍ରରେ ଗ୍ରାମାଞ୍ଚଳରେ 220985ଟି ଘର ରହିଛି । 127123ଟି ଘରକୁ ପାଇପ  ପାଣି ପହଞ୍ଚିଛି । 93862 ଘରକୁ ପହଞ୍ଚାଇବା ଲାଗି ପ୍ରୟାସ ଚାଲିଛି । 2024 ସୁଦ୍ଧା ସବୁ ଘରକୁ ପାଣି ପହଞ୍ଚିବ ।

୬. ମୋ ସଂସଦୀୟ କ୍ଷେତ୍ରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ 3909ଟି ପକ୍କା ଘର ମଞ୍ଜୁର ହୋଇଛି । 3574 ଘର ସମ୍ପୂର୍ଣ୍ଣ ହୋଇସାରିଛି । ଆଉ 10445ଟି ଘର ଲାଗି ଲୋକଙ୍କ ଠାରୁ ପ୍ରସ୍ତାବ ଆସିଛି ।

୭. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା: 50ଟି ପ୍ୟାକେଜରେ 311 କିଲୋମିଟର ରାସ୍ତା କାମ ଲାଗି 139.13 କୋଟି ଟଙ୍କା ଖର୍ଚ୍ଚ ହେବ ।

୮. ଜଳସେଚନ: 6ଟି ବ୍ଲକରେ 13ଟି MIP 6 କୋଟି 2 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

୯. ରଜୁଆରେ ଗୋଟିଏ ବୃହତ ଜଳସେଚନ ପ୍ରକଳ୍ପ ଲାଗି 170 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ଏହା ସମ୍ପୂର୍ଣ୍ଣ ହେଲେ 2666 ହେକ୍ଟର ଜମିରେ ଜଳ ସେଚନ ହୋଇପାରିବ । ସେଥିରୁ ଖୋର୍ଦ୍ଧା ଜିଲ୍ଲାର 17ଟି ଗାଁର 1116 ହେକ୍ଟର ଜମି ଉପକୃତ ହୋଇପାରିବ ।

୧୦. ବର୍ଷକରେ 6166 ଅଭିଯୋଗ ପଞ୍ଜିକୃତ ହୋଇଛି । ସେଥିରୁ 5545 ଅଭିଯୋଗର ସମାଧାନ କରାଯାଇଛି । 68% ଅଭିଯୋଗର ସକାରାତ୍ମକ ସମାଧାନ ହୋଇଛି ।

୧୧. ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା ପାଣ୍ଠି( PMNRF) ସଂସଦୀୟ କ୍ଷେତ୍ରର 32 ଜଣଙ୍କ ଚିକିତ୍ସା ଲାଗି 83 ଲକ୍ଷ 24 ହଜାର 500 ଟଙ୍କାର ଯୋଗାଇ ଦିଆଯାଇପାରିଛି ।

୧୨. ରାଷ୍ଟ୍ରୀୟ ପ୍ରବକ୍ତା ହେବା ପରେ 653 ଆଲୋଚନାଚକ୍ରରେ ଭାଗ ନେଇଛି ।

୧୩. ସଂସଦରେ 26ଟି ତର୍କରେ ଭାଗ ନେଇ 124ଟି ସଂସଦୀୟ ପ୍ରଶ୍ନ ମାଧ୍ୟମରେ ସଂସଦୀୟ କ୍ଷେତ୍ରର ସମସ୍ୟା ସମାଧାନ ଲାଗି ଚେଷ୍ଟା କରିଛି ।

ଏହା ସହ ଅପରାଜିତା କହିଛନ୍ତି ବିଭିନ୍ନ ମନ୍ତ୍ରଣାଳୟ ୯ ଟି ପ୍ରସଙ୍ଗ ପଡିରହିଛି ।  ଭୁବନଶ୍ୱରରେ କମପ୍ରେନ୍ସିଭ ଡ୍ରେନେଜ ମାଷ୍ଟର ପ୍ଲାନ ଆଣିବା ଦିଗରେ ମଧ୍ୟ କାମ କରିବି । ଆଗାମୀ ଦିନରେ ସେସବୁକୁ କରାଇବା ଲାଗି ପ୍ରୟାସ କରିବି । ସେଗୁଡ଼ିକ ହେଲା-

1. ବୋଲଗଡ଼ ପସେଞ୍ଜର ହଲଟ ଓ ଲିଙ୍ଗରାଜ ପସେଞ୍ଜର ହଲଟ ଉନ୍ନତିକରଣ ।

2. ଭୁବନେଶ୍ୱର ରେଲୱେ ଷ୍ଟେସନର ଆଧୁନିକୀକରଣ

3. ଚିଲିକା ହ୍ରଦର ଦଳ ସଫା କରି ଉନ୍ନତିକରଣ ।

4. ଅନ୍ଧାରୁଆରେ 150 ବେଡ଼ର ESIC ହସ୍ପିଟାଲ ଖୋଲିବାକୁ ପ୍ରୟାସ ।

5. ରାଜ୍ୟରେ 355ଟି ଜନଅଉଷଧି କେନ୍ଦ୍ର ଅଛି । 36ଟି ଭୁବନେଶ୍ୱରରେ ଅଛି । ଅଧିକ ଖୋଲିବାକୁ ପ୍ରୟାସ କରୁଛି ।

6. 3ଟି ଜନଜାତି- ଦୁରୁଆ, କନ୍ଧ କୁମ୍ଭାର ଓ ସଅରକୁ ST ମାନ୍ୟତା ଦେବାକୁ ଉଦ୍ୟମ କରୁଛି ।

7. ଅନେକ ଦିନ ହେଲା ଚାଲି ଆସୁଥିବା ଜଟଣୀରେ ଫ୍ଲାଏ ଓଭର କାମ ଅକ୍ଟୋବର 31 ସୁଦ୍ଧା ସରିବ ।

8. ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ପ୍ରୟାସ ।

9. ଭୁବନେଶ୍ୱର ରୁ ଜମ୍ମୁ ଓ ଶିରିଡ଼ି କୁ ସିଧାସଳଖ ବିମାନ ସେବା ଲାଗି ଉଦ୍ୟମ କରୁଛି ।

10. ଭୁବନେଶ୍ୱରର କମପ୍ରେନ୍ସିଭ ଡ୍ରେନେଜ ମାଷ୍ଟର ପ୍ଲାନ

Leave A Reply

Your email address will not be published.