ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଭୂପତିର ଅପିଲ୍

0

ଓଡ଼ିଆ ନ୍ୟୁଜ୍: ଭିଡିଓ ଜାରି କରି ଅପିଲ୍ କଲା ପୂର୍ବତନ ମାଓ କମାଣ୍ଡର ଭୂପତି।ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ୍ କଲା ଭୂପତି।ଗତକାଲି ହିଡ୍‌ମାର ମୃତ୍ୟୁ ପରେ ଭିଡିଓ ଜାରି କଲା ଭୂପତି। ପରିବର୍ତ୍ତିତ ପରିସ୍ଥିତିରେ ଅସ୍ତ୍ର ଧରି ସଂଗ୍ରାମ କରିବା ସମ୍ଭବ ନୁହେଁ।’ଅସ୍ତ୍ର ପାଇଁ ଆମେ ବହୁତ କିଛି ହରାଇଛୁ, ଅନେକ କ୍ଷତି ସହିଛୁ।’ଲୋକଙ୍କ ସମସ୍ୟାର ସମାଧାନ ସମ୍ବିଧାନ ଜରିଆରେ ହୋଇପାରିବ।

ଏବେ ସମୟ ବଦଳିଛି, ଦେଶ ବଦଳିଛି, ପରିସ୍ଥିତି ବଦଳୁଛି। ତେଣୁ ଅସ୍ତ୍ର ଛାଡ଼ି ଲୋକଙ୍କ ପାଖକୁ ଯିବାକୁ ପଡ଼ିବ- ଭୂପତି।’ସମ୍ବିଧାନ ଅନୁସାରେ କାମ କରିବାକୁ ହେବ, ଏହା ଏକମାତ୍ର ବିକଳ୍ପ’।’ଏହାକୁ ଅଣଦେଖା ନ କରି ଅସ୍ତ୍ର ଛାଡ଼ି ଜନତାଙ୍କ ପାଖକୁ ଆସନ୍ତୁ’।ଦେଢ଼ ମାସ ତଳେ ଗଡ଼ଚିରୋଲିରେ ଆତ୍ମସମର୍ପଣ କରିଥିଲେ ଭୂପତି।

Leave A Reply

Your email address will not be published.