ଆଉ ନିର୍ବାଚନ ଲଢ଼ିବିନି: ବିଭୂତି ଜେନା

0

ଓଡ଼ିଆ ନ୍ୟୁଜ୍: ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ନିଷ୍ପତ୍ତି; ଆଉ ନିର୍ବାଚନ ଲଢ଼ିବିନି କହିଲେ।ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି ଓଟିଭିକୁ ଦେଲେ ସୂଚନା।‘ନିର୍ବାଚନ ଲଢ଼ିବାର ଇଛା ନାହିଁ, ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ’।‘୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ଆଗକୁ ଆସିବା ଦରକାର’। ‘କିନ୍ତୁ ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ କରିବି’।‘ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ପ୍ରସ୍ତୁତି କରି ସାରିଛି’।

ରାଜନୀତି ମୋତେ ଛାଡିବ ନାହିଁ । ମାତ୍ର ଯୁବକ ମାନେ ଆଗକୁ ଆସନ୍ତୁ । ମୋର ଯୁବ ବୟସ ପଳେଇଲାଣି । ମୋତେ ଆଉ ବର୍ଷେ ପରେ ୬୦ ବର୍ଷ ବୟସ ଛୁଇଁବ । ସବୁଠାରୁ ବଡ଼ ଦଳ ଭାରତୀୟ ଜନତା ପାର୍ଟିର ସଭାପତି ନୀତିନ ନବୀନ ଯିଏ ଜଣେ ଯୁବ ବୟସର । ତାହା ବିଜେପି ଦଳର ଗୋଟେ ଗର୍ବର ବିଷୟ । ଯଦି ଦଳ ନିଷ୍ପତି ନେଉଛି ଜଣେ ଯୁବକଙ୍କ ହାତରେ ଦାଇତ୍ୱ ଦେଇଛି ସେହିଠାରୁ ଶିଖିବା କଥା ଯେ ଯୁବକ ମାନଙ୍କୁ ଆଗକୁ ଆସିବା ଦରକାର । ସେମାନେ ମଧ୍ୟ ରାଜନୀତି କରିବା ଦରକାର । ଯିଏ ସଂଗଠନରେ କାମ କରେ ତାକୁ ବହୁତ ଆଖି ଦେଖେ । ଦଳ ନୀତିନ ନବୀନଙ୍କୁ ଅଧ୍ୟକ୍ଷ କରି ସମସ୍ତଙ୍କୁ ଚମକାଇ ଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପିର ବହୁ ବଡ଼ ବଡ଼ ନେତା ତାଙ୍କୁ ବସ୍ ବୋଲି ସମ୍ବୋଧନ କରିବା ବିଜେପି ଦଳର ସଂସ୍କାର ।

Leave A Reply

Your email address will not be published.