କେବେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ଜାଣନ୍ତୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଯୁକ୍ତ ୨ ପରୀକ୍ଷା ଫଳ ମେ’ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ । ଏନେଇ  ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା । ଏପ୍ରିଲ୍ ୨୩ ତାରିଖ ଯାଏ ଚାଲିବ ପ୍ରଥମ ପର୍ଯ୍ୟାୟ ଖାତା ଦେଖା । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ମେ’୭ ତାରିଖରେ ଶେଷ ହେବ । ମେ’୭ ତାରିଖରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବା ପରେ ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହେବ । ଏହା ପରେ ମେ’ମାସ ଶେଷ ସୁଦ୍ଧା ପ୍ଲସ୍ ୨ ଫଳଫଳା ଘୋଷଣା କରାଯାଇ ପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଥାଉ ଯେ, ଚଳିତ ବର୍ଷ ୬୫ଟି ଅଫଲାଇନ୍ ସେଣ୍ଟର ଏବଂ ୩୯ଟି ଅନଲାଇନ ସେଣ୍ଟରରେ ଖାତେ ଦେଖା ହେବ । ୬୬୨ ବର୍ଗ ଅଧ୍ୟାପକମାନେ ଏଥର ଖାତା ଦେଖାରେ ଯୋଗ ଦେବେ ଯେଉଁଥି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ସାରା ରାଜ୍ୟରେ +୨ ପରୀକ୍ଷା ଆରମ୍ଭ ହୋଇଥିଲା ।

୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ଯୁକ୍ତ ଦୁଇ ପରୀକ୍ଷା । ଏଥର ବିଜ୍ଞାନରେ ୯୧, ୩୭୯, ବାଣିଜ୍ୟରେ ୨୩,୧୪୮ ଜଣ, କଳାରେ ୨ ଲକ୍ଷ ୨୯ ହଜାର ୧୧୦ଜଣ ପରୀକ୍ଷାର୍ଥୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହାଜର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁଥି ପାଇଁ ରାଜ୍ୟରେ ମୋଟ୍ ୧୧ ଶହ୍ ୪୫ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ହବ୍ କରାଯାଇଥିଲା ।

Leave A Reply

Your email address will not be published.