ରାଜ୍ୟ ସରକାରଙ୍କ ବଡ଼ ଘୋଷଣା : ଚାକିରିରେ ଥାଇ ମୃତ୍ୟୁ ହେଲେ ମିଳିବ ୧୦ଲକ୍ଷ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଣିକି ଚାକିରିରେ ଥାଇ ମୃତ୍ୟୁ ହେଲେ କର୍ମଚାରୀଙ୍କ ପରିବାରପି ମିଳିବ ୧୦ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ଆଜି ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ପୂର୍ବରୁ ଏହି ସହାୟତାର ପରିମାଣ ୪ ଲକ୍ଷ ଟଙ୍କା ଥିଲା ।

ସୂଚନା ଅନୁସାରେ, ସରକାରୀ କର୍ମଚାରୀଙ୍କ  ପାଇଁ ରାଜ୍ୟ ସରକାର ବଡ ଘଷାଣା କରିଛନ୍ତି । ଡ୍ୟୁଟିରେ ଥିବା  ସମୟରେ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟେ ତେବେ ସେମାନଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ।   ପୂର୍ବରୁ ଏହି ସହାୟତାର ପରିମାଣ  ୪ ଲକ୍ଷ ଟଙ୍କା ଥିଲା । ସେତିକି  ନୁହେଁ, ଯଦି କୌଣସି ଆଘାତ ଯୋଗୁ   ସରକାରୀ କର୍ମଚାରୀ ଅକ୍ଷମ ହୋଇଯାଆନ୍ତି ତେବେ  ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ  ବୃଦ୍ଧି କରାଯାଯାଇଛି । ଆଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.