ବଡ ଖବର, ଅପ୍ରେଲ ୧୯ ଏବଂ ୨୦ ସ୍କୁଲ ଛୁଟି ଘୋଷଣା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଡହଡହ ଖରାରେ ସିଝୁଛି ଓଡିଶା । ଘରେ ବାହାରେ ଚାରିଆଡେ ଅସ୍ତବ୍ୟସ୍ତ ଜନଜୀବନ। ବାରିପଦା, ଝାରସୁଗୁଡା ସମେତ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଦିନର ତାପମାତ୍ରା ରାଜ୍ୟବାସୀଙ୍କୁ କଲବଲ କରୁଛି ।  ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ସ୍କୁଲକୁ ଆଉ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି।

ଅପ୍ରେଲ ୧୯ ଏବଂ ୨୦ ତାରିଖ ଦିନ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟିର ଅବଧି ଆଉ ୨ ଦିନ ବୃଦ୍ଧି ପାଇଛି । ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ସମସ୍ତ ଅଙ୍ଗନୱାଡି ମଧ୍ୟ ଏହି ଦୁଇ ଦିନ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉକି, ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବହ ପାଇଁ ସକାଳୁଆ ସ୍କୁଲ ଚାଲୁଥିଲା । ନିକଟରେ ମଧ୍ୟ ଚାରି ଦିନ ସରକାର ଛୁଟି ଘୋଷଣା କରିଥିଲେ । ଛୁଟି ପରେ ଗତକାଲି ବିଦ୍ୟାଳୟ ଖୋଲିଥିଲା। କିନ୍ତୁ ଏ ପ୍ରଚଣ୍ଡ ତାତି ପାଇଁ ପୁଣି ରାଜ୍ୟସରକାର ୨ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।

Leave A Reply

Your email address will not be published.