ଏକଜିଟ୍ ପୋଲରେ NDA ଆଗରେ

0

ଓଡ଼ିଆ ନ୍ୟୁଜ୍: ସାମ୍ନାକୁ ଆସିଲା ବିହାର ବିଧାନସଭା ନିର୍ବାଚନ ଏକଜିଟ ପୋଲ। ସମସ୍ତଙ୍କ ଆକଳନରେ ଏନଡିଏ ଆଗରେ ରହିଛି। ଏନଡିଏକୁ ବହୁମତ ମିଳିବ ବୋଲି ଏକପ୍ରକାର ଚିତ୍ର ଏକଜିଟ ପୋଲରେ ସ୍ପଷ୍ଟ ହୋଇଛି।ବିହାର ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ ପ୍ରକାଶ ପାଇଛି। MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ, ବିହାରରେ NDAକୁ ୧୪୭-୧୬୭ ଆସନ ଏବଂ ମହାଗଠବନ୍ଧନକୁ ୭୦-୯୦ ଆସନ ଦିଆଯାଇଛି। MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ, ଏନଡିଏକୁ ୪୮ ପ୍ରତିଶତ, ମହାଗଠବନ୍ଧନକୁ ୩୭ ପ୍ରତିଶତ ଏବଂ ଅନ୍ୟାନ୍ୟକୁ ୧୫ ପ୍ରତିଶତ ଭୋଟ ଦିଆଯାଇଛି।

ବଡ କଥା ଯେ MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ ଏନଡିଏକୁ ଯେଉଁ ୧୪୭ରୁ ୧୬୭ ଆସନର ଆକଳନ କରାଯାଇଛି ସେଥିରୁ ବିଜେପି ୬୫ରୁ ୭୩, ଜେଡିୟୁ ୬୭ରୁ ୭୫, ଲୋକଜନଶକ୍ତି ପାର୍ଟି(ରାମବିଳାସ) ୭ରୁ ୯, ହମ ୪ରୁ ୫ ଓ ଆରଏଲଏମ ୧ ରୁ ୨ଟି ଆସନ ପାଇପାରନ୍ତି | ସେହିପରି MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ ମହାଗଠବନ୍ଧନକୁ ଆକଳନ ଅନୁସାରେ ମିଳିଥିବା ୭୦ ରୁ ୯୦ ଆସନ ମଧ୍ୟରୁ ଆରଜେଡିକୁ ୫୩ ରୁ ୫୮, କଂଗ୍ରେସକୁ ୧୦ରୁ ୧୨, ବାମଦଳକୁ ୯ ରୁ ୧୪, ଭିଆଇପିକୁ ୧ରୁ ୧୪ଟି ଆସନ ମିଳିବାର ଆକଳନ କରାଯାଇଛି |

Leave A Reply

Your email address will not be published.