ଓଡ଼ିଆ ନ୍ୟୁଜ୍: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯାଇପାରନ୍ତି ରାଜ୍ୟସଭା।ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭା ଯିବା ନେଇ ଚର୍ଚ୍ଚା। ନୀତିଶଙ୍କୁ ନେଇ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା।ବିଜେପିକୁ ମିଳିପାରେ ବିହାର ମୁଖ୍ୟମନ୍ତ୍ରୀ ପଦ।କେବଳ ଏତିକି ନୁହେଁ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ନେଇ ମଧ୍ୟ ବଡ଼ ଚର୍ଚ୍ଚା ହେଉଛି। କୁହାଯାଉଛି ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ଏମିତି ସ୍ଥିତିରେ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ।
ଏ ପର୍ଯ୍ୟନ୍ତ ନିଶାନ୍ତ କୁମାର ରାଜ୍ୟସଭାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ନେଇ ଖବର ଆସୁଥିଲା। ଏହା ମଧ୍ୟ କୁହାଯାଉଥିଲା ଯେ, ନିଶାନ୍ତଙ୍କ ନାଁ ରାଜ୍ୟସଭା ପାଇଁ ଚୂଡ଼ାନ୍ତ ହୋଇ ସାରିଛି। ମାତ୍ର ଜେଡିୟୁର କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା ଦିଲ୍ଲୀରୁ ପାଟନା ଯାତ୍ରା କରିବା ସହ ନୀତିଶ କୁମାରଙ୍କ ରାଜ୍ୟସଭା ଯିବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଯଦି ନୀତିଶ କୁମାର ଦିଲ୍ଲୀ ରାଜନୀତିରେ ପାଦ ଦିଅନ୍ତି ଏବଂ ରାଜ୍ୟସଭା ସାଂସଦ ହୁଅନ୍ତି ତେବେ ବିହାରର ମୁଖ୍ୟମନ୍ତ୍ରୀ ପଦ ଖାଲି ପଡ଼ିବ। ଆଉ ପ୍ରଥମ ଥର ବିହାରରେ ବିଜେପିକୁ ମୁଖ୍ୟମନ୍ତ୍ରୀ ମିଳିପାରେ।