ନିଶିକାନ୍ତ ଦୁବେ ଭୁଲ ମାଗନ୍ତୁ: ବିଜୟ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍: ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଝଡ଼ । ଦିଲ୍ଲୀରୁ ଓଡ଼ିଶା ସରଗରମ ରାଜନୀତି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟର ନିନ୍ଦା କରି ରାଜ୍ୟସଭାରେ ବର୍ଷିଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନସୂଚକ ବୟାନ ଦେଇଥିବା ଦାବି କରି ନିଶିକାନ୍ତଙ୍କ କ୍ଷମା ଦାବି କରିଛି । ମନ୍ତବ୍ୟ ପାଇଁ ନିଶିକାନ୍ତ ଦୁବେ କ୍ଷମା ମାଗନ୍ତୁ କହିଲେ ବିଜୟ ମହାପାତ୍ର।‘ଜଣେ ସାଂସଦଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନା।

‘ବିଜୁ ବାବୁ ଭାରତର ପ୍ରତିନିଧିତ୍ଵ ଭାବେ ଆମେରିକା ଯାଇଥିଲେ’। ବିଜୁ ବାବୁ CIA ଏଜେଣ୍ଟ ନଥିଲେ, ମିଛ ଓ ମନଗଢା କଥା କହିଛନ୍ତି ଦୁବେ।୧୯୬୨ ଭାରତ-ଚୀନ୍‌ ଯୁଦ୍ଧରେ ବିଜୁ ବାବୁଙ୍କ ଭୂମିକା ଥିଲା।ତାଙ୍କ ଦେହାନ୍ତ ବେଳେ ସବୁ ଜାତୀୟସ୍ତର ନେତା ଆସିଥିଲେ ସ୍ଵର୍ଗଦ୍ଵାର। କିଛି ନଜାଣି ତାଙ୍କ ବିଷୟରେ ଏଭଳି କହିଥିବାରୁ ସେ ତୁରନ୍ତ କ୍ଷମା ମାଗନ୍ତୁ।‘ନିଶିକାନ୍ତ ଦୁବେ ସାରା ଦେଶକୁ ବିନା ସର୍ତ୍ତରେ ଭୁଲ ମାଗିବା ଦରକାର।

 

Leave A Reply

Your email address will not be published.