ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ l ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲା ସ୍ତରୀୟ, ବ୍ଲକ୍ ସ୍ତରୀୟ ଏପରି କି ଗ୍ରାମାଞ୍ଚଳ ସ୍ତରରେ ପାଳନ କରାଯାଇଛି l ମହାମାରୀ କରୋନା ଭୁତାଣୁ ର ଭୟାବହ ପାଇଁ ସାରା ଦେଶ ଲକ୍ ଡାଉନ୍ ପରିସ୍ଥିତିରେ ଥିବାହେତୁ ନିରାଡ଼ମ୍ବର ସହକାରେ ପାଳନ କରାଯାଇଛି l ରାଜ୍ୟର ବିଭିନ୍ନ ରାଜନେତାମାନେ ନିଜ ଘରେ କିମ୍ବା କାର୍ଯ୍ୟାଳୟ ରେ ସାମାଜିକ ଦୂରତା ବଜାୟ ରଖି ନିରାଡମ୍ବର ଭାବେ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି l ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l ଏନେଇ ଟୁଇଟ ଜରିଆରେ ଜଣାଇଛନ୍ତି l
ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା; ଯାହା ଲୋକଙ୍କ ସେବା ପାଇଁ ସର୍ବଦା ଆମକୁ ଅନୁପ୍ରାଣିତ କରିଆସିଛି। ସେହି ମହାନ ପୁଣ୍ୟାତ୍ମା, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। pic.twitter.com/yB7aOsxgcF
— Naveen Patnaik (@Naveen_Odisha) April 17, 2020
ସେ ଲେଖିଛନ୍ତି ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଏବଂ ଉନ୍ନତି ପାଇଁ କାମ କରିବା ବିଜୁ ବାବୁ ଙ୍କ ମନ୍ତ୍ର ଥିଲା l ଯାହା ଲୋକଙ୍କ ସେବା ପାଇଁ ଆମକୁ ଅନୁପ୍ରାଣିତ କରିଆସିଛି l ସେହି ମହାନ ପୁଣ୍ୟତ୍ମା, ଓଡ଼ିଶାର ବୀର ପୁତ୍ର, ମହାନ୍ ଜନନାୟକ ବିଜୁପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି l