ବିଜେବି କଲେଜ ହଷ୍ଟେଲରେ ଛାତ୍ର ଗୋଷ୍ଠୀ ପିଟାପିଟି

0

ଓଡ଼ିଆ ନ୍ୟୁଜ୍: ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ।ଅଶୋକ-ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ।ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବୋତଲ, ଠେଙ୍ଗା ଓ ପଥରରେ ଆକ୍ରମଣ।

ତେବେ ତାଙ୍କ କହିବା ଅନୁସାରେ, ହଷ୍ଟେଲ ଛାତ୍ରଙ୍କ ଫେରୱାଲ୍ ପାର୍ଟିରେ DJ ବଜାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଫଳରେ ପ୍ରଥମେ ଦୁଇ ହଷ୍ଟେଲ ଅନ୍ତେବାସୀଙ୍କୁ ବୁଝାସୁଝା କରାଯାଇଥିଲା । ପରେ ପୁଣି ହଠାତ୍ ଏଭଳି ତୁମୁଳକାଣ୍ଡ ଘଟିଥିଲା । ଏବେ ପରିସ୍ଥିତି ଶାନ୍ତ ଅଛି । ଆହତ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ କାହିଁକି ଏଭଳି ଘଟଣା ଘଟିଲା ୨୪ ଘଣ୍ଟା ମଧ୍ୟରେ ତାର ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ପୋଲିସକୁ ସିସିଟିଭି ଫୁଟେଜ୍ ଦେବୁ ବୋଲି ଭାରପ୍ରାପ୍ତ ଅଧ୍ୟକ୍ଷ କହିଛନ୍ତି ।

ଏଭଳି ଘଟଣା ପରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇ ଶିକ୍ଷାଦାନକୁ ଗୁରୁତ୍ଵ ଦିଆଯାଇଛି । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ପ୍ରକୃତ ଘଟଣା କ’ଣ କମିଟି ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ । ଏହି ଘଟଣା ଦୁର୍ଭାଗ୍ୟଜନକ । ଏହା ଏକ ସମ୍ବେଦନଶୀଳ ଘଟଣା । ରିପୋର୍ଟ ଅସିଲା ପରେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ଼ା ଲକ୍ଷ୍ମୀଧର ଭୋଳ କହିଛନ୍ତି ।

Leave A Reply

Your email address will not be published.