ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ: .କେଉଁଠି ବାଇକ ରାଲି ତ ଆଉ କେଉଁଠି ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ହେଲା ଆୟୋଜିତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପ୍ରବାଦ ପୁରୁଷ, ଝଡ଼ ର ଈଗଲ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର -ଜୀବନ ବିନ୍ଦୁ ଆନୁକୁଲ୍ୟରେ ଯୁବ ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ବିଶାଳ ରକ୍ତଦାନ ଶିବିରରେ ୨୧୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଯାଇଛି। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡ଼ଃ ବ୍ୟୋମକେଶ ରାୟ ଙ୍କ ନେତୃତ୍ବରେ ଯୁବ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଉଦ୍ଘାଟନ କରିଥିଲେ।ଏହି ଅବସରରେ ସମ୍ମାନୀତ ଅତିଥି ରୂପେ ବିଜେଡ଼ି ରାଜ୍ୟ ବରିଷ୍ଠ ଉପସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ (ମୂଖ୍ୟାଳୟ) ତଥା ମାନ୍ୟବର ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ -ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ,ଓଡିଶା ମୋ ପରିବାର ର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ।

ଏହି ରକ୍ତଦାନ ଶିବିରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ମହାସଚିବ ଏଲିନା ଦାଶ, ବରିଷ୍ଠ ଉପସଭାପତି ଶ୍ରୀ ଧୃତି ରଞ୍ଜନ ମାର୍ଥା, ଭୁବନେଶ୍ୱର ଜିଲ୍ଲା ସଭାପତି ସମରେଶ ବେଉରିଆ, ରାଜ୍ୟ ବରିଷ୍ଠ ଉପସଭାପତି ଜ୍ୟୋସ୍ନାମୟୀ ପରିଡ଼ା, ଭୁବନେଶ୍ୱର ଜୋନ ସଭାପତି ବିଜୟ କେତନ ସାହୁ, କଟକ ଜିଲ୍ଲା ସଭାପତି ସ୍ମୃତି ରଂଜନ ନାୟକ, ରାଜ୍ୟ ଉପସଭାପତି ସୋଫିଆ ଆଲାମ୍, ସୁନିଲ୍ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ କନିଷ୍କ ଜେନା,ମଳୟ ରଂଜନ ପତି, ତାରିଣୀ ପ୍ରସାଦ ନାୟକ, ଅବିନାଶ ପ୍ରଧାନ,ଶୁଭ୍ରଜିତ ପାଢ଼ୀ,ପାର୍ଥସାରଥି ମୁଦୁଲି, ଗଣେଶ ମହାପାତ୍ର,ବାଣୀକଲ୍ୟାଣ ମହାନ୍ତି, ସମ୍ପାଦକ ସୋନାଲି ପ୍ରିୟଦର୍ଶିନୀ,ମାହିକ୍ଷିତା ମିଶ୍ର,,ଦିପକ ଜେନା,ଲଗ୍ନଦିପା ମିଶ୍ର,ଅ°ଶୁମାନ ରଶ୍ମି ସାଗର,ଆଦ୍ୟପ୍ରାଣ ସୁବୁଦ୍ଧି, ବାସୁଦେବ ସା, ଅଫତାବ୍ ଆଲମ ଖାନ୍, ରଶ୍ମି ରଞ୍ଜନ ଦାସ୍,ଆଲୋକ ବେହେରା,ସ୍ୟୈମ୍ୟଦିପ୍ ଘୋଷ,ସ୍ୟୈମ୍ୟ ସାର୍ଥକ ରାୟ,ସବନମ ବେଗମ,ଶିବାନୀ ସାହୁ, ରାଜଲକ୍ଷ୍ମୀ ବେହେରା,ଚିନ୍ମୟ ସାହୁ,ଦିପକ ମହାପାତ୍ର,ନିର୍ମଳ ମହାପାତ୍ର, ଅମରଜିତ୍ ଗ୍ୟୈଡ ,ସ୍ୟୈମ୍ୟ ରଂଜନ ତ୍ରିପାଠୀ, ରାଜେଶ ଭୁୟାଁ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସେହିଭଳି ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ପକ୍ଷରୁ ପ୍ରବାଦ ପୁରୁଷ, ଟଲମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ବାଇକ ଶୋଭାଯାତ୍ରା ଓ ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ରାଜ୍ୟ ସଭାପତି ସରୋଜ ତରାସିଆଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ମୁଖପାତ୍ର ସୁଲତା ଦେଓ ଯୋଗଦେଇ ବିଜୁ ବାବୁଙ୍କ ନିର୍ଭିକତା, ସାହସୀକତା ଓ ଓଡ଼ିଶା ପ୍ରତି ଏବଂ ଓଡିଆ ମାନଙ୍କ ପାଇଁ ଥିବା ବ୍ୟାକୁଳତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ସମରେନ୍ଦ୍ର ସାହୁ,ପରିଚାଳନା ସଭାପତି ନରେଶ ପାତ୍ର ଯୋଗଦେଇଥିଲେ।

ଅତିଥି ମାନଙ୍କ ଦ୍ବାରା ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଓଡିଶା କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଉଦଘାଟିତ ହୋଇଥିଲା। ଏହାପରେ ବାଇକ ଶୋଭାଯାତ୍ରା ବାହାରି ଜୟଦେବ ବିହାର, ରସୁଲଗଡ, ହାଇଟେକ୍ ଫ୍ଲାଏ ଓଭର ହୋଇ ପୁରୀ ଅଭିମୁଖେ ଯାତ୍ରା କରି କୋଣାର୍କ ଠାରେ ପହଞ୍ଚି ଥିଲେ। ସେଠାରେ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଓଡିଶା ଶାଖାର ସମ୍ପାଦକ ପ୍ରବୀଣ କୁମାର ଷଣ୍ଢ, ଉପସଭାପତି ଏସ୍ ସୋଭାରାଣୀ , ଅର୍ଥନୈତିକ ଅଧିକାରୀ ଅଜୟ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ସଭାପତି ସମ୍ପାଦକ ଓ ଜୟ ଜଗନ୍ନାଥ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲାବେଳେ ବାଇକର ଡ, ନିହାର ରଞ୍ଜନ ଶତପଥୀ, ବିଶ୍ବଜିତ ପଟ୍ଟନାୟକ,ଦେବପ୍ରିୟ ପାତ୍ର,ଭିକି ସେଟ,ସୁଜିତ ପଟ୍ଟନାୟକ, ଦେବଦତ୍ତ ସାହୁଙ୍କ ସହ ୧୦୦ ବାଇକର ଯୋଗଦେଇଥିଲେ।

Leave A Reply

Your email address will not be published.