ଆଜି ବିଶ୍ୱ ଜଳ ଦିବସ:ମହାନଦୀ ଜଳ ଅବରୋଧ ପ୍ରସଙ୍ଗରେ ପୁଣି ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର,

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ବିଶ୍ୱ ଜଳ ଦିବସ।ମହାନଦୀ ଆମର ଏକ ପ୍ରମୁଖ ନଦୀ, 15, 16 ଟି ଜିଲ୍ଲାର ଅଢେଇ କୋଟି ଲୋକ ଏହା ଉପରେ ନିର୍ଭରଶୀଳ । ଛତିଶଗଡ଼ ନୂଆ ସରକାର ଆସିବା ପରେ ଭୁଲ ଆକଳନ କରି, ମହାନଦୀରେ ମନମୁଖୀ ଭାବେ ଚେକ ଡ୍ୟାମ କରିଥିଲା, ଆଇନର ଗଳା ବାଟ ଦେଖାଇ।  ମହାନଦୀର ପ୍ରବାହ ଲୀନ ପିରିଅଡ ସମୟରେ ସେଥିଲାଗି ତ୍ରିବ୍ୟୁନାଲକୁ ଦେଇଥିଲୁ।ଏହାରି ଭିତରେ 37ଥର ବୈଠକ ବସିଛି। ଲୀନ ପିରିଅଡରେ ଯାହା ନଭେମ୍ବରରୁ ମେ ମାସ ମଧ୍ୟରେ ଦୁଇ ମିଲିଅନ ଏକର ଫିଟ ପାଣି ପ୍ରବାହ କରାଯାଉ। ଅତି କମରେ 1.74 ମିଲିଅନ ଏକର ଫିଟ ପାଣି ତାକୁ ପ୍ରବାହ ଦିଆଯାଉ। କିନ୍ତୁ ଏହାକୁ ଛତିଶଗଡ ଶୁଣୁନି, ସେତେବେଳେର ରମଣ ସିଂଙ୍କ ନେତୃତ୍ୱ ସରକାର କିଛି କଲେନି ଏବଂ କେନ୍ଦ୍ରର ବିଜେପି ସରକାର ନୀରବ ଦ୍ରଷ୍ଟା ସାଜିଲେ।

ଛତିଶଗଡରେ ସରକାର ପରିବର୍ତନ ହେବା ପରେ ମଧ୍ୟ ସମାନ ଅବସ୍ଥା।ଲୀନ ପିରିଅଡରେ ପାଣି ଛାଡ଼ୁନାହାନ୍ତି। ବାଚସ୍ପତିଙ୍କୁ ଆଲୋଚନା ପାଇଁ ଅନୁରୋଧ କରିଥିଲି, ସେ ବିଷୟରେ ଜଳସମ୍ପଦ ମନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି ବକ୍ତବ୍ୟ ଦେବା ପାଇଁ..

Leave A Reply

Your email address will not be published.