ତେଲ ଦର କମିବା ପରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା: ରାଜସ୍ବକୁ ଦେଖି ଭାଟ୍ କମାଇବା ନିଷ୍ପତ୍ତି ନିଆଯିବ
ଓଡିଆ ନ୍ୟୁଜ୍(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ରେ ଯେଉଁ ରେଟ ପ୍ରକ୍ରିୟା ଅଛି ସେଥିରେ କେନ୍ଦ୍ର ସରକାରଙ୍କୁ ସେଣ୍ଟ୍ରାଲ ଏକ୍ସସାଇଜ ଡ୍ୟୁଟି, ଆଡ଼ିସିନାଲ ସେଣ୍ଟ୍ରାଲ ଏକ୍ସସାଇଜ ଡ୍ୟୁଟି ଓ ସେସ ମିଳୁଛି । ତେଣୁ କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ସ୍କୋପ ରହିଛି ଦର ହ୍ରାସ କରିବା ପାଇଁ ସେଇଟା ହେଉଛି ଅଧିକ । ପେଟ୍ରୋଲ ଓ ଡିଜେଲ ର ଦର କମାଇବାରେ ସବୁଠୁ ଅଧିକ ଭୂମିକା ହେଉ କେନ୍ଦ୍ର ସରକାରଙ୍କର । ରାଜ୍ୟ ସରକାର ମାନଙ୍କର କେବଳ ଗୋଟିଏ ଦିଗ ରହିଛି ଭ୍ୟାଟ । ସେଇଟା ହେଉଛି ସେମାନଙ୍କର ରିଶୋର୍ସ ବେଶର ଗୋଟିଏ ମାତ୍ର ଅଂଶ ।
ରାଜ୍ୟ ସରକାର ମାନଙ୍କର ରାଜସ୍ୱ ବୃଦ୍ଧି ଏ ଦିଗରେ ବହୁତ କମ । ତା ଭିତରେ ମଧ୍ୟ ପୂର୍ବରୁ ଯେବେ କେନ୍ଦ୍ର ସରକାର କମେଇ ଥିଲେ ସେବେ ରାଜ୍ୟ ସରକାର ବି କମାଇ ଥିଲେ। ଯଦିଓ ସେହି ସମୟରେ ରାଜ୍ୟର ଅର୍ଥନୈତିକ ସ୍ଥିତି ସେତେ ସୁଧରି ନଥିଲା ଏବଂ ରାଜସ୍ୱ ବୃଦ୍ଧି ଦିଗ ବି ବଢି ନଥିଲା । ସେହି ସମୟରେ ଦେଶର ପ୍ରାୟ 10 ରାଜ୍ୟ କମେଇ ନଥିଲେ । ବର୍ତ୍ତମାନ କେନ୍ଦ୍ର ସରକାର କମାଇବା ପରେ ଦର ବୃଦ୍ଧି ନିୟନ୍ତ୍ରଣକୁ କିଛି ପରିମାଣରେ କଣ୍ଟ୍ରୋଲ କରିବ ବୋଲି ମୋର ଆଶା । ମାତ୍ର ଏବେ ଏଇଟା କୁ ଦେଖିବା ପାଇଁ ହେବ ଏବଂ ରାଜ୍ୟ ସରକାର ଏହାକୁ ଷ୍ଟଡ଼ି କରିବେ ଆଉ ଷ୍ଟଡ଼ି କରି ସାରିବା ପରେ ରାଜ୍ୟର ରାଜସ୍ୱ କିପରି ପ୍ରଭାବିତ ହେବ ତାହା ଉପରେ ଅନୁଧ୍ୟାନ କରିବା ପରେ ହିଁ କିଛି ନିଷ୍ପତ୍ତି ନେଇ ପାରିବେ ।
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ରାତି ଅଧିଆ ଜିପିଆରଏସ୍ ସର୍ଭେ ଓ ସମ୍ବିତ ପାତ୍ରଙ୍କ ଟାର୍ଗେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅମର ପଟ୍ଟନାୟକ। ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଯାହା ଚାଲିଛି ସେ ବିଷୟରେ ରାଜ୍ୟ ସରକାର ମଝିରେ ମଝିରେ ଆଉ ଜିଲ୍ଲାପାଳ ଓ ପୁରୀର ସାଂସଦ ବିବୃତି ଦେଇ ଆସୁଛନ୍ତି । ତେଣୁ ଏ ବିଷୟ ରେ ଅଧିକ କିଛି କହିବା ଠିକ ହେବ ନାହିଁ ।