ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ: ପଦ୍ମଛାଡି ଶଙ୍ଖ ଫୁଙ୍କିଲେ ପଶ୍ଚିମ ଓଡ଼ିଶାର ବିଜେପିର ଦୃଢ ସଂଗଠକ ଜଗଦୀଶ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଜଗଦୀଶ ବିଶ୍ୱାଳ ବିଜେଡିରେ ମିଶିଛନ୍ତି। ପଦ୍ମଛାଡି ଶଙ୍ଖ ଫୁଙ୍କିଲେ ଜଗଦୀଶ। ପଶ୍ଚିମ ଓଡ଼ିଶାରେ ବିଜେପିର ଦୃଢ ସଂଗଠକ ଥିଲେ ଜଗଦୀଶ। ଜଗଦୀଶ ସମ୍ବଲପୁର ବାସିନ୍ଦା ହୋଇଥିବା ବେଳେ ବହୁ ପଦ ପଦବୀ ରେ ରହିଛନ୍ତି। ରାଷ୍ଟୀୟ କୁଲତା ସମାଜର ସାଧାରଣ ସମ୍ପାଦକ। ଭାରତୀୟ ମଜଦୁର ସଙ୍ଘ ପଶ୍ଚିମ ଓଡ଼ିଶାର ସଦସ୍ୟ ଅଛନ୍ତି। ଓଡ଼ିଶା ଆଶା କର୍ମୀ ମଜଦୁର ସଙ୍ଘର କନଭିନର ଭଳି ବିଭିନ୍ନ ଦାୟିତ୍ୱରେ ରହିଛନ୍ତି ଜଗଦୀଶ। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରା ରେ ନିଜକୁ ସାମିଲ କରିବା ପାଇଁ ବିଜେଡିର ମିଶିଛନ୍ତି ବୋଲି ଜଗଦୀଶ କହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ଚାଲିଥିବା ବିକାଶ ପାଇଁ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଜଗଦୀଶ।

ଦୀର୍ଘ ୨୩ ବର୍ଷର ଲମ୍ବା ଶାସନ, ଦ୍ଵିତୀୟ ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଭଳି ଭାବରେ ଲୋକେ ପସନ୍ଦ କରୁଛନ୍ତି ଦେଖି ଆଶ୍ଚଯ୍ୟ।ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି ଜଗଦୀଶ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫ ରୁ ଶୁଭେଚ୍ଛା ଜଣାଇବା ସହ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ। ଜଗଦୀଶଙ୍କ ଯୋଗଦାନ ଫଳରେ ପଶ୍ଚିମ ଓଡିଶାରେ ବିଜେଡି ଆହୁରି ମଜବୁତ ହେବ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ।

Leave A Reply

Your email address will not be published.