ବିଜେଡିର ବିଜୟ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନିର୍ବାଚନୀ ପ୍ରଚାର ମଇଦାନରେ ଆଗୁଆ ଥିବା ବିଜେଡି ଦଳ ପକ୍ଷରୁ ବାରିପଦା ପୋୖରାଞ୍ଚଳରେ ବିଶାଳ ଜନ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଯେଉଁଥିରେ ବିଜୁ ଜନତା ଦଳର ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡିଙ୍କ ଉଦ୍ଦେଶ୍ୟରେ ବିଜେଡି କର୍ମୀମାନେ ଭୋଟ ଭିକ୍ଷା କରିଛନ୍ତି। ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ନିଜେ ଉପସ୍ଥିତ ରହି ପଦଯାତ୍ରା ମାଧ୍ୟମରେ ମାରାଥନ ପ୍ରଚାର କରିଥିଲେ। ମୁର୍ଗାବାଡ଼ି ଗୋଲେଇ ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ଭଞ୍ଜପୁର, ପୁଲିସ ଲାଇନ, ରେଡ଼ିଓ ଷ୍ଟେସନ ଛକ, ଷ୍ଟିଲ ଗୋଳେଇ ହୋଇ ବିଜୁ ଭବନ ଠାରେ ସମାପ୍ତ ହୋଇଥିଲା।

ହଜାର ହଜାର ସଂଖ୍ୟକ ମହିଳା ଓ ପୁରୁଷ ମାନଙ୍କୁ ନେଇ ପଦଯାତ୍ରା ଜନସମୁଦ୍ର ପାଲଟିଥିଲା। ଯାହାକି ଦଳପ୍ରତି ସହରବାସୀଙ୍କ ସମର୍ଥନ ଜଳଜଳ ହୋଇ ବାରି ପଡିଥିଲା। ଏଥିସହିତ ରାସ୍ତାର ପ୍ରତି ଛକରେ ମହିଳା ମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଜେଡିର ବିକାଶ ବାର୍ତ୍ତାକୁ ପ୍ରତି ଘରେ ଘରେ ପହଞ୍ଚାଇବା ଉଦ୍ଧେଶ୍ୟରେ ବିଜୟ ସଂକଳ୍ପ ଜନ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡିଙ୍କ ସହିତ ଆମ ଓଡିଶା ନବୀନ ଓଡ଼ିଶାର ସଂଯୋଜକ ସୁନିଲ କୁମାର ଦାଶ, ଉପ-ନଗରପାଳ ସୀମା ଦାଶ, କାର୍ଯ୍ୟକାରୀ ସଭାପତି ଜୀତେନ୍ଦ୍ର ମହାନ୍ତି, ପୌରପରିଷଦ ସଂଯୋଜକ ନିରୋଜ ଲୋଚନ ସାହୁ, ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ ନାୟକ, ମହିଳା ସଭାନେତ୍ରୀ ଦିପ୍ତିଲତା ମିଶ୍ର, ଯୁବ ସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାୟକ, ଆଶିର୍ବାଦ ଦାସ, ରାଜୀବ ଲୋଚନ ଜେନା, ଆଭାସ ଦେ, ଅବଦୁଲ ହବିବ, ସମସ୍ତ କାଉନସିଲର, ପୂର୍ବତନ କାଉନସିଲର, କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ପଦଯାତ୍ରାରେ ସହର ପରିକ୍ରମା କରିଥିଲେ।

ବାରିପଦା ସହର ତଥା ପୌରପରିଷଦର ସର୍ବାଙ୍ଗୀନ ଉନ୍ନତି ସହିତ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରିତା ସମ୍ବନ୍ଧରେ ସମସ୍ତେ ସୂଚନା ଦେବା ସହିତ ଚଳିତ ନିର୍ବାଚନର ଇସ୍ତହାର ସମ୍ବନ୍ଧରେ କହିଥିଲେ। ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଜୁଲାଇ ମାସରୁ ଗରିବଙ୍କୁ ମାଗଣା ବିଜୁଳି, ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଓ ୬୦ବର୍ଷର ମିଶନଶକ୍ତି ମା’ମାନଙ୍କୁ ଭତ୍ତା ପ୍ରଦାନ ଆଦି ତିନୋଟି ଯୋଜନା ପ୍ରଥମେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି। ତେଣୁକରି ବିଜେଡିର ଉଭୟ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟ କରିବା ପାଇଁ ସହରବାସୀଙ୍କୁ ନିବେଦନ କରିଥିଲେ।

Comments are closed.