ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ମାନେ ଭେଟି ପୌର ଏବଂ ପଞ୍ଚାୟତ ଫଳାଫଳ ପାଇଁ ଶୁଭେଚ୍ଛା ଜଣାଇବା ପ୍ରସଙ୍ଗ: ବିଜେପି କହିଲା ଅପରାଧ କରିଛନ୍ତି ଅଧିକାରୀ, ବିଜେଡ଼ି ରଖିଲା ଜବାବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ମାନେ ଭେଟି ପୌର ଏବଂ ପଞ୍ଚାୟତ ଫଳାଫଳ ପାଇଁ ଶୁଭେଚ୍ଛା ଜଣାଇବା ପ୍ରସଙ୍ଗ ଉପରେ ଆପତ୍ତି କରିଛି ବିଜେପି। ନିର୍ବାଚନ ପରେ ଡିଶାରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି । ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ଯାହା ଦେଖିବାକୁ ମିଳିଲା ତାହା ସମଗ୍ର ଦେଶରେ କେବେ ଦେଖିବାକୁ ମିଳିନଥିଲା । ପ୍ରଶାସନିକ ଇତିହାସରେ ଏହା ଏକ କଳଙ୍କର ଦାଗ ।

ସମ୍ବିଧାନର ଚାରିଟି ସ୍ତମ୍ଭ ମଧ୍ୟରୁ ପ୍ରଶାସନିକ ବ୍ୟବସ୍ଥା ଗୋଟିଏ ସ୍ତମ୍ଭ । ଦେଶର ବିକାଶ ଓ ଅଖଣ୍ଡତାର ସୁରକ୍ଷା ପ୍ରଶାସନିକ ଅଧିକାରୀ ମାନଙ୍କର ଦାୟୀତ୍ୱ ସର୍ବାଧିକ। କିନ୍ତୁ ସମସ୍ତ ସୀମା ଓ ପଦ ମର୍ଯ୍ୟାଦାର ସୀମା ବା ଲଷ୍ମଣ ରେଖା ଉଲଙ୍ଘନ କରିଛନ୍ତି ପ୍ରଶାସନିକ ଅଧିକାରୀ । ସମ୍ବିଧାନର ନୀତି ଓ ଆଦର୍ଶକୁ ଜଳାଞ୍ଜଳୀ ଦେଇଛନ୍ତି । ଏହା ଦେଖିଲା ପରେ
ବିଜେଡ଼ି ଅମଲାତନ୍ତ୍ରିକ ବ୍ୟବସ୍ଥାକୁ ବ୍ୟବହାର କରି ନିର୍ବାଚନ ଜିତିଛି ବୋଲି ପ୍ରମାଣିତ ହେଉଛି ।ଯେଉଁ ବାବୁ ମାନେ ବିଜେଡ଼ି ରାଜ୍ୟ ସଭାପତିଙ୍କୁ ଭେଟିବାକୁ ଯାଇଥିଲେ । ସେମାନେ ଏକ ଗର୍ହିକ ଅପରାଧ କରିଛନ୍ତି । ଓଡିଶାବାସୀଙ୍କ ପାଖରେ ଅପରାଧ କରିଛନ୍ତି ।
ଅମଲାତାନ୍ତ୍ରିକ ବ୍ୟବସ୍ଥା ଉପରୁ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ତୁଟି ଯାଇଛି ।
ସରକାରୀ ବାବୁ ମାନେ ବିଜେଡ଼ିର ନେତା ଓ ବିଧାୟକ ମାନଙ୍କର ବଚସ୍କର ସାଜିଛନ୍ତି । ସେଥିପାଇଁ ରାଜ୍ୟରେ ଭ୍ରଷ୍ଟାଚାର ବ୍ୟାପକ ହୋଇଛି । ଶାସନ ବ୍ୟବସ୍ଥାରେ ଯେଉଁଠି ବି ହାତ ମାରିଲେ ଭ୍ରଷ୍ଟାଚାରର ଦୁର୍ଗନ୍ଧ ବାହାରୁଛି ।ଓଡିଶା ରାଜ୍ୟ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁ ପଛରେ ।
ଚାଟୁକାରିତାରେ ଶାସନ ଚାଲେ ନାହିଁ ।ସରକାର ଠିକ୍ ରାସ୍ତାରେ କେମିତି ଚାଲିବ ତାହା ଅଫିସର ମାନଙ୍କର କାମ । କିନ୍ତୁ ଓଡିଶାରେ ବିକାଶ କେମିତି ହେବ ତାହା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜରୁରୀକାଳୀନ ପରିସ୍ଥିତିର ସମୟ କଥା ମନେ ପଡ଼ିଯାଉଛି ।
ସେଭଳି ଏକ ସ୍ଥିତି ଓଡିଶାରେ ତିଆରି ହୋଇଛି । କିନ୍ତୁ ଏହା କରିବାକୁ ଦିଆଯିବ ନାହିଁ । ଯଦି ନବୀନ ପଟ୍ଟନାୟକ ଓ ତାଙ୍କ ବାବୁ ମାନେ ଏପରି କରୁଛନ୍ତି । ତାହେଲେ ଏହା ଦୁର୍ଭାଗ୍ୟଜନକ ।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ଯାଇଛି । ଗୋଟିଏ ବି ସମ୍ବେଦନଶୀଳ କେସରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଏଭଳି ସ୍ଥିତିରେ ଯଦି ପୋଲିସ ନିରପେକ୍ଷ ନାହିଁ ବୋଲି ଜଣାପଡୁଛି । ସାଧାରଣ ଲୋକଙ୍କର ବିଶ୍ୱାସ ଭାଙ୍ଗିଯିବ ।ଶାସକ ଦଳ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ଆଜି ପଦାରେ ପଡ଼ିଛି । ଏହା ଅପମାନ ଜନକ କଥା ।ନିଜର ଶାସକୀୟ ଶକ୍ତିକୁ ଅପବ୍ୟବହାର କରି ନିଜ ପିଠି ନିଜେ ଥାପୁଡେଇବା ବନ୍ଦ କରୁ ବିଜେଡ଼ି।ପ୍ରଶାସନିକ ଅଧିକାରୀ ମାନେ ଓଡିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ । ନଚେତ ଯେଉଁ ଟିକେ ଆସ୍ଥା ଥିଲା ତାହା ମଧ୍ୟ ତୁଟି ଯିବ ।

ବିଜେପି ଅଭିଯୋଗ ଉପରେ ବିଜେଡି ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହଙ୍କ ପତିକ୍ରିୟା, ସୌଜନ୍ୟତା ଦୃଷ୍ଟିରୁ ଅଭିନନ୍ଦନ ଜଣାଇବାକୁ ଭେଟିଛନ୍ତି। ଏଭଳି ପରମ୍ପରା ରହିବା ଉଚିତ। ବିଜେପି ଯେଉଁ ରାଜ୍ୟରେ ଜିତିଲେ ସେଠି ମୁଖ୍ୟମନ୍ତ୍ରୀମାନଙ୍କୁ ଅଫିସରମାନେ ଭେଟୁଛନ୍ତି। ଏଥିରେ କୌଣସି ଅସୁବିଧା ନାହିଁ। ବିଜେପି ତାଙ୍କ ଚିନ୍ତାଧାରରେ ସେମାନେ ଏଭଳି ଅଭିଯୋଗ କରିଥିବେ।

Leave A Reply

Your email address will not be published.