‘ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ’ କେନ୍ଦ୍ରୀୟ ଯୋଜନାକୁ ହଡପ୍ କରିବାର ଚକ୍ରାନ୍ତ କରିଛନ୍ତି ରାଜ୍ୟ ସରକାର,ବିଜେପିର ଠାକୁର ରଣଜିତ୍ ଦାସ୍‌ କହିଲେ ୩.୩୩ କୋଟି ଗରୀବ ହିତାଧିକାରୀଙ୍କୁ “ଏପ୍ରିଲ ଫୁଲ୍‌” କରିଛନ୍ତି ନବୀନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଦେଶରେ ମହାମାରୀ ଶେଷ ହୋଇନାହିଁ । ଏହି ସଂକଟ କାରଣରୁ ଜଣେ ହେଲେ ଖାଦ୍ୟାଭାବର ଶିକାର ହେବେ ନାହିଁ ବୋଲି ଯଶସ୍ୱୀ ପ୍ରଧାନମନ୍ତ୍ରୀ ପ୍ରତିଶୃତିବଦ୍ଧ । ତେଣୁ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନ ପ୍ରଦାନ ସମୟ ସୀମାକୁ ଆଗାମୀ ୬ ମାସ ପାଇଁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଯୋଜନାରେ ରାଜ୍ୟ ସରକାରଙ୍କ ପ୍ରଦତ ତାଲିକାନୁଯାୟୀ ଓଡିଶାର ୩.୨୫ କୋଟି ଗରୀବ ହିତାଧିକାରୀ ଲାଭାନ୍ୱିତ ହେବେ । ଏଥି ପାଇଁ ୩୦.୭୭ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଆବଶ୍ୟକ ପଡିବ, ଯାହାର ମୁଲ୍ୟ ୩୫୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମାତ୍ର ଛଳନା କରି ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ କରିଛନ୍ତି ରାଜ୍ୟ ସରକାର । ଯାହାକି ଅତ୍ୟନ୍ତ ଲଜ୍ଜଜନକ ଏବଂ ଜନବିରୋଧୀ କାର୍ଯ୍ୟ ଅଟେ । ନୂତନ ଆର୍ଥିକ ବର୍ଷ ୨୦୨୨-୨୩ର ପ୍ରଥମ ଦିନରେ ରାଜ୍ୟ ସରକାର ଆଜି ରାଜ୍ୟର ୩.୩୩ କୋଟି ଗରୀବ ହିତାଧିକାରୀଙ୍କୁ ‘ଏପ୍ରିଲ ଫୁଲ୍‌’ କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାସ୍ କହିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ୮ଲକ୍ଷ ୯ହଜାର ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଆସନ୍ତା ୬ ମାସ ପାଇଁ ୫କେଜି ଚାଉଳ ମାଗଣା ଦେବାର ଘୋଷଣା କରିଛନ୍ତି । ଏଥି ପାଇଁ ୨୪୨୭୦ ଟନ୍ ଚାଉଳ ଆବଶ୍ୟକ ଏବଂ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର ୩.୨୫ କୋଟି ହିତାଧିକାରୀଙ୍କୁ ମୋଦି ସରକାର ଆସନ୍ତା ୬ ମାସ ପାଇଁ ମାଗଣା ରାସନ ପ୍ରଦାନ ପାଇଁ ପ୍ରସ୍ତୁତ ଥିବାବେଳେ ଆଉ ମାତ୍ର ୮ ଲକ୍ଷ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିବାରେ କୈାଣସି ସମସ୍ୟା ନଥିଲା । ତାହେଲେ, ରାଜ୍ୟ ସରକାର କାହିଁକି ୮ଲକ୍ଷ ୯ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିଲେ ନାହିଁ ? ଅପର ପକ୍ଷରେ ୮.୦୯ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବାର ଘୋଷଣା କରି ୩.୨୫ କୋଟି ହିତାଧିକାରୀଙ୍କୁ କାହିଁକି ରାଜ୍ୟ ସରକାର ବଂଚିତ ରଖିଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନଙ୍କୁ ଯୋଗାଇ ଦିଆଯାଉଥିବା ବାସଗୃହକୁ ବିଜୁ ପକ୍କା ଘର ନାମରେ ବ୍ରାଣ୍ଡିଂ କରି ରାଜ୍ୟବାସୀଙ୍କୁ ଧୋକା ଦେଇ ଆସୁଥିବା ଶାସକ ବିଜେଡି ଅନୁରୁପ ଭାବେ ଆଜି ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ପ୍ରଦାନ କରିବାର ଘୋଷଣା କରି କେନ୍ଦ୍ରୀୟ  ଯୋଜନାକୁ ହଡପ୍ କରିବାର ଚକ୍ରାନ୍ତ କରିଛି ବୋଲି ଶ୍ରୀ ଦାସ୍ କହିଛନ୍ତି ।

Leave A Reply

Your email address will not be published.