ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ରାଜନୈତିକ ହିଂସାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ। ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଉଭୟ ଦଳର ବିକ୍ଷୋଭ ଓ ଧାରଣା। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ବିଜେପି ରାଜନୈତିକ ହିଂସା କରୁଛି। ବୁଥ ରେ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରୁଛି। ଆଚରଣ ବିଧ ଉଲ୍ଲଘଂନ କରୁଥିବା ଅଭିଯୋଗ କରିଛି। ସେପଟେ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି। ବୁଥ ରିଂଗିଙ୍ଗ,ନିର୍ବାଚନୀ ହିଂସା,ସରକାରୀ ଅଫିସରମାନେ ପକ୍ଷପାତିତା ଅଭିଯୋଗ ଆଣିଛି ବିଜେପି। ଉଭୟ ମଧ୍ୟରେ ଏକ ପ୍ରତିଯୋଗିତା ମୂଳକ ରାଜନୀତି ଦେଖିବାକୁ ମିଳିଥିଲା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ। ଏହା ସହ ଉଭୟ ଦଳ ତରଫରୁ ପ୍ରବଳ ନାରାବାଜି ଦେଖିବାକୁ ମିଳିଥିଲା।
ବିଜେପି ଗୁଣ୍ଡାରାଜ କରିବା ସହ ବିଜେଡିର କର୍ମୀଙ୍କୁ କରୁଛି ଓ ହାରିବା ଭୟରେ ବିଜେପି ବୁଥ ରିଂଗି କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ଅନ୍ୟପଟେ ବିଜେପିର ଏକ ଟିମ ମନମୋହନସାମଲଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ପ୍ରତିବାଦ କରୁଛନ୍ତି । ଦଳ ବିଜେଡି ବିରୋଧରେ ବୁଥ ରିଂଗିଂ ଅଭିଯୋଗ ଆଣିବା ସହ ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା, ସରକାରୀ ଅଧିକାରୀଙ୍କ ନିର୍ବାଚନ ପରିଚାଳନା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇଛି ।
ସେପଟେ ଗତକାଲି ବିଜେପି ନେତା ମନମୋହନ ସାମଲଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲା ବିଜେଡି। ଅଭିଯୋଗ ମୁତାବକ, ନିର୍ବାଚନର ଆସନ୍ନ ପରାଜୟ ଭୟରେ ନିଜ ରକ୍ତ ଚରିତ୍ର ଦେଖାଇଛି ବିଜେପି। ।ଧାମନଗର ଅଞ୍ଚଳରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ହତ୍ୟା କରାଯାଇଛି। ବିଜେପିର ପୂର୍ବତନ ମନ୍ତ୍ରୀ ଏବଂ ଶୀର୍ଷ ନେତୄତ୍ବ ଏହି ହତ୍ୟା କରିଛନ୍ତି। ମନମୋହନ ସାମଲଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରରଚନାରେ ଏହି ହତ୍ୟାକାଣ୍ଡ ହୋଇଛି।
ଗତ ୨୧ତାରିଖ ରାତି ୯ ଟା ବେଳେ ମନମୋହନ ସାମଲ ଏବଂ ତାଙ୍କର କିଛି ସହକର୍ମୀ ଯେଉଁ ମାନେ ବିଜେଡି ପାଇଁ ପ୍ରଚାର କରୁଛନ୍ତି ତାଙ୍କୁ ଧମକ ଦିଆଯାଇଥିଲା ପ୍ରଚାର ନକରିବା ପାଇଁ। ଧମକ ପରେ ତାଙ୍କୁ ଗୋଡାଇ ଗୋଡାଇ ମରାଯାଇଛି। ନିର୍ବାଚନ ଆସିବ ଯିବ କିନ୍ତୁ କର୍ମୀ ଙ୍କୁ ହତ୍ୟା କରିବା ପାଇଁ ବିଜେପି ରାଜ୍ୟ ଶାଖା ରକ୍ତମୁଖା ହୋଇପଡ଼ିଛି।ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେଡିର ଏକ ପ୍ରତିନିଧି ଦଳ।
ଏହା ହେଉଛି ପ୍ରଥମ ରାଜନୈତିକ ହତ୍ୟା ।ଆମେ ରାଜ୍ୟ।ନିର୍ବାଚନ କମିଶନଙ୍କ ପାଖରୁ ଆଶା ରଖୁଛୁ ମନମୋହନ ସାମଲ ଏବଂ ତାଙ୍କ ସହକର୍ମୀ ମାନେ ଯେଉଁମାନେ ହତ୍ୟାରେ ସଂପୃକ୍ତ ସେମାନଙ୍କୁ ଗିରଫ କରାଯାଉ ବୋଲି ବିଜେଡ଼ି ମୁଖପାତ୍ର ଲେନିନ୍ ମାହନ୍ତି କହିଥିଲେ।