ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଉଠୁଛି ପଡୁଛି ଝାରସୁଗୁଡା। ଖରା ତାତି ସାଙ୍ଗକୁ ରାଜନୈତିକ ତାତି ବି ବଢ଼ିବାରେ ଲାଗିଛି। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜିତିବା ପାଇଁ ରଣନୀତି ଆରମ୍ଭ କରିଦେଲେଣି। ଏହାରି ଭିତରେ ଝାରସୁଗୁଡା ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ଭାରତୀୟ ଜନତା ପାର୍ଟି । ଦଳ ପକ୍ଷରୁ ଉପ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି ।
ତେବେ ଟଙ୍କଧର ପାଇଁ ଏଥର ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ । ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ସାଂସଦ ଜୁଏଲ୍ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅଶ୍ୱିନୀ ବୈଷ୍ଣବ, ଜୟ ନାରାୟଣ ମିଶ୍ର, ବିଶ୍ୱେଶ୍ୱର ଟୁଡୁ ରହିଛନ୍ତି । ତାଙ୍କ ସହିତ ସାଂସଦ ପ୍ରତାପ ଷଡଙ୍ଗୀ, ସୁନୀଲ ବଂଶଲ, ଡି ପୁରନ୍ଦେଶ୍ୱର ମଧ୍ୟ ଟଙ୍କଧର ପାଇଁ ଉପ ନିର୍ବାଚନରେ ପ୍ରଚାର କରିବେ ।ଏହାବାଦ୍ ବିଜୟପାଲ ସିଂହ ତୋମାର, ସମୀର ମହାନ୍ତି, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ନିତେଶ ଗଙ୍ଗଦେବ, ମୋହନ ଚରଣ ମାଝୀ, ନାଉରୀ ନାୟକ, ସମ୍ବିତ ପାତ୍ରଙ୍କ ଭଳି ନେତା ଏଥର ପ୍ରଚାର ମୈଦାନକୁ ଓହ୍ଲାଇବେ ।
ତା ସହିତ ଖାରବେଳ ସ୍ୱାଇଁ, ସୁରମା ପାଢୀ, ସୂର୍ଯ୍ୟବଂଶୀ ସୁରଜ, ଦିନେଶ ଜୈନ ମଧ୍ୟ ଟଙ୍କଧର ପାଇଁ ଝାରସୁଗୁଡାରେ ପ୍ରଚାର କରିବେ ।ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପ ନିର୍ବାଚନ ହେଉଛି । ଏଥର ଉପ ନିର୍ବାଚନରେ ବିଜେଡି ନବଙ୍କ ଝିଅ ଦୀପାଳିକୁ ପ୍ରାର୍ଥୀ କରିଥିବାବେଳେ, ବିଜେଡିକୁ ଟକ୍କର ଦେବାକୁ ବିଜେପି ଟଙ୍କଧରକୁ ପ୍ରାର୍ଥୀ କରିଛି ।
ତେବେ ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡା ଉପ ନିର୍ବାଚନ ଭୋଟ୍ ପଡିବାକୁ ଥିବାବେଳେ, ମେ ୧୩ରେ ଫଳାଫଳ ଆସିବ ବୋଲି ସୂଚନା ମିଳିଛି ।