ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ ରାଜନୀତି । ବିଜେପିର ଯୁକ୍ତି ଆଇନ ତା ବାଟରେ ଯାଉନି। ଶାସକ ଦଳ ବିଧାୟକଙ୍କ ପାଇଁ ଗୋଟାଏ ନିୟମ, ବିରୋଧୀ ବିଧାୟକଙ୍କ ପାଇଁ ଆଉ ଗୋଟିଏ ନିୟମ। କିନ୍ତୁ ବିଜେଡି ଏହାକୁ ଖଣ୍ଡନ କରିଛି । କହିଛି ଆଇନ ସମସ୍ତଙ୍କ ପାଇଁ ସମାନ । ପାଟଣାଗଡ଼ ବିଧାୟକ ସରୋଜ ମେହେର । ସର୍ବସାଧାରଣରେ ଜେଇଇଙ୍କୁ ବସଉଠ ଅଭିଯୋଗରେ ଗିରଫ ହୋଇଥିଲେ ।
ସେହିଭଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ବିଜେପି ନେତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପୋଲିସ । କେବଳ ସେତିକି ନୁହେଁ ତତକ୍ଷାଣତ ପାର୍ଟିରୁ ସସପେଣ୍ଡ ସହ ଜିଲ୍ଲା ଯୋଜନା କମିଟି ପଦରୁ ତାଙ୍କୁ ହଟାଇ ଦିଆଯାଇଥିଲା। ଏବେ ବିଡିଓଙ୍କୁ ଆକ୍ରମଣ ଅଭିଯୋଗରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ଏପଟେ ବିଧାୟକ ଗିରଫ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦେବଗଡ଼ ବନ୍ଦ କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।