ଭୁବନେଶ୍ୱର: ଆରମ୍ଭ ହୋଇଗଲା କର୍ପୋରେଟର ମାନଙ୍କ ଆରୋପ ପ୍ରତ୍ୟାରୋପ ରାଜନୀତି, ୪୫ ନମ୍ବର ୱାର୍ଡର ବିଜେଡ଼ି ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣିଲେ ପ୍ରତିପକ୍ଷ ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୂବନେଶ୍ବର ମହାନଗର ନିର୍ବାଚନ ପୂର୍ବରୁ କର୍ପୋରେଟ ର ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥି ମାନଙ୍କ ଭିତରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ। ଏହା କିଛି ନୂଆ କଥା ନହେଲେ ମଧ୍ୟ ଏଥର ଆସିଛି ସଙ୍ଗୀନ ଅଭିଯୋଗ। ବିଏମସିର ୪୫ ନମ୍ବର ୱାର୍ଡରେ ଚଳିତ ନିର୍ବାଚନରେ ମୋଟ ୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ଅଛନ୍ତି ପୂର୍ବତନ କର୍ପୋରେଟର ଅମରେଶ ଜେନା ବିଜେଡିରୁ। ସେ ପୁଣିଥରେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିଜେପିରୁ ଜ୍ୟୋତିରେଖା ନାୟକ ଏବଂ ତାଙ୍କ ସ୍ୱାମୀ ପ୍ରଶାନ୍ତ ନାୟକ ସ୍ୱାଧୀନ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି। ବିଜେଡି ପ୍ରାର୍ଥୀ ଅମରେଶ ସେହି ଅଞ୍ଚଳରୁ ୩ ଥର ନିର୍ବାଚିତ ହୋଇସାରିଛନ୍ତି।୨୦୦୩ରୁ ସେ ନିର୍ବାଚନ ଲଢି ଆସୁଛନ୍ତି ଏବଂ ଜିତୁଛନ୍ତି ମଧ୍ଯ।ତେବେ ଚଳିତ ଥର ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଭଳି ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ନିଜେ ପ୍ରତିପକ୍ଷ ତଥା ବିଜେପି ପ୍ରାର୍ଥୀନୀ ଜ୍ୟୋତିରେଖା ନାୟକ। ବିଜେଡି ପ୍ରାର୍ଥୀ ଅମରେଶ ଜେନା ନିଜ ସତ୍ୟପାଠରେ ନିଜ ସମ୍ପର୍କରେ ଏପରିକି ନିଜ ବାପାଙ୍କ ନାମ ଭୁଲ ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅମରେଶଙ୍କ ପ୍ରାର୍ଥୀତ୍ବକୁ ନାକଚ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ଆପତ୍ତି ପରେ ମଧ୍ୟ ଅମରେଶ ଜେନାଙ୍କ ପ୍ରାର୍ଥୀତ୍ବକୁ କାଏମ ରଖାଯାଇଛି। ଏଭଳି ଅଭିଯୋଗର କୌଣସି ସତ୍ୟତା ନଥିବା କହିବା ସହିତ ଅଭିଯୋଗକାରିଣୀ ତଥା ବିଜେପି ପ୍ରାର୍ଥୀନୀଙ୍କ ପାରିବାରିକ କନ୍ଦଳ ଆଡକୁ ଆଙ୍ଗୁଳି ଦେଖାଇଛନ୍ତି ବିଜେଡି ପ୍ରାର୍ଥୀ ଅମରେଶ ଜେନା। ଜ୍ୟୋତିରେଖା ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ ନାୟକ ମଧ୍ୟରେ ପାରିବାରିକ କନ୍ଦଳ ଲାଗି ରହିଥିବାରୁ ଗୋଟିଏ ପଦବୀ ପାଇଁ ଉଭୟେ ସ୍ୱାମୀ ଓ ସ୍ତ୍ରୀ ନାମାଙ୍କନ ପତ୍ର ଦାଖଲ କରି ଉଭୟ ପରସ୍ପରଙ୍କୁ ଚେକ ଦେବାକୁ ଯାଇ ନିର୍ବାଚନ ଲଢୁଥିବା ଅଭିଯୋଗ ଆଣିଛନ୍ତି ବିଜେଡି ପ୍ରାର୍ଥୀ ଅମରେଶ। ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ ଏବଂ ଚଳିତ ଥର ସେ ଦେଇଥିବା ସାର୍ଟିଫିକେଟ ପୂର୍ବରୁ ଦୁଇ ଦୁଇଥର ନିର୍ବାଚନ ସମୟରେ ଦାଖଲ କରିଛନ୍ତି। ତାଙ୍କର ଜମି ପଟାରେ ବାପାଙ୍କ ନାମରେ ସାମାନ୍ୟ ଭୁଲ ରହିଥିବା ସ୍ୱୀକାର କରିଥିଲେ ହେଁ ଉକ୍ତ ଡକ୍ୟୁମେଣ୍ଟ ସହ ନିର୍ବାଚନରେ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ କୌଣସି ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ୨୦୦୩ ରୁ ମୁଁ ଏହି ଡକୁମେଣ୍ଟ ଦେଇ ଆସୁଛି। ତେଣୁ ତାଙ୍କର ପାରିବାରିକ କନ୍ଦଳ ପାଇଁ ସେମାନେ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ହୋଇ ଏଭଳି ଫାଲତୁ ଅଭିେଯାଗ ଆଣିଛନ୍ତି।

Leave A Reply

Your email address will not be published.