ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନବ ଦାସ ହତ୍ୟା କାଣ୍ଡ ର ସିବିଆଇ ତଦନ୍ତ ଦାବି ନେଇ ଆଜି ରାଜଭବନ ସମ୍ମୁଖରେ ବିଜେପିର ଧାରଣା। ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ, ଭୁଶୁଡି ଯାଇଛି ବୋଲି ସମସ୍ତେ ଜାଣିଛନ୍ତି। ଏତେ ସଂଖ୍ୟାରେ ମା ମାନେ ଭଉଣୀ ମାନେ ଦୁଷ୍କର୍ମ ଓ ନିର୍ଯ୍ୟାତନା ର ଶିକାର ହେଇଛନ୍ତି ଏବଂ ଏଥିରେ ଶାସକ ଦଳର ମନ୍ତ୍ରୀ ମାନେ ବିଧାୟକ ମାନେ ସମ୍ପୃକ୍ତ ଅଛନ୍ତି ଏମିତି କେତେ ହତ୍ୟା ହେଲାଣି ଯେଉଁମାନେ ଏହା ପଛରେ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କିଛି କାର୍ଯ୍ୟନୁଷ୍ଠାନ ହେଉନାହିଁ। ଅନ୍ୟ ଲୋକଙ୍କୁ ସାମ୍ନା କୁ ଆଣିକି ତାକୁ ଦୋଷୀ କରିକି ତାକୁ ମାରି ଦିଆଯାଉଛି। ଯେତେବେଳେ ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କ ହତ୍ୟା ହେଉଛି ଆଶଙ୍କା ଉଠିଛି ମୁଖ୍ୟ ଉଦ୍ଦେଶ୍ୟ କଣ ତାକୁ ଲୁଚେଇ ଦିଆଯାଉଛି। ଏ ହତ୍ୟା ପଛରେ କିଏ ଅଛନ୍ତି। ଷଡଯନ୍ତ୍ର କିଏ କରିଛି ? ନବ ଦାସ ଙ୍କୁ ହତ୍ୟା କରିବା ପାଇଁ ଆଦେଶ କିଏ ଦେଇଛି ?ତାକୁ କେମିତି ଦଣ୍ଡ ଦିଆଯିବ ସେ ଦିଗରେ କିଛି କାର୍ଯ୍ୟାନୁଷ୍ଠାନ ହେଇନାହିଁ। ଓଡିଶାରେ କିଏ ଶାସନ ଚଲାଉଛି ?ଏବେ ସ୍ପଷ୍ଟ ହୋଇଯାଇଛି, ମୁଖ୍ୟମନ୍ତ୍ରୀ ଚଲାଉନାହାନ୍ତି।
ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଓଡ଼ିଶାରେ ଏବେ ଆମେ ସମସ୍ତେ ଅସୁରକ୍ଷିତ। ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ସାରା ଓଡ଼ିଶାବାସୀ ମର୍ମାହତ। ଅନେକ ବିଜେଡି କର୍ମୀ ମଧ୍ୟ ଅସୁରକ୍ଷିତ ମଣୁଥିବା କହିଛନ୍ତି। ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ, ଆମେ କିଭଳି ସୁରକ୍ଷିତ ? ଆମେ ସମସ୍ତେ ଅସୁରକ୍ଷିତ, ମୁଁ ନିଜେ ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛି। ୧୫ ଦିନ ହୋଇଗଲା, ହତ୍ୟାର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିପାରୁ ନାହାନ୍ତି। ଜଷ୍ଟିସ ଜେପି ଦାସଙ୍କୁ ଦାୟିତ୍ୱ ନେଇ ମଧ୍ୟ ଅପରାଜିତା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କେଉଁ ଜୁଡିସିଆଲ ଅର୍ଡରରେ ଜେପି ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ? ଆମେ ସମସ୍ତେ ଅସୁରକ୍ଷିତ, ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ। ତାସହ ସାଂସଦ ସୁରେଶ ପୂଜାରୀ ମଧ୍ୟ୍ୟ ଅନୁରୂପ ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବାକୁ ଉଦ୍ୟାମ କରିଛନ୍ତି।