ମଧୁ ବାବୁଙ୍କ ସମାଧି ପୀଠରୁ ବିଜେପି ନେତାଙ୍କ କ୍ଷେୋଭ: ଗୋପବନ୍ଧୁ ଓ ମଧୂବାବୁଙ୍କୁ ସମ୍ମାନ ଦେଉନାହାନ୍ତି ରାଜ୍ୟ ସରକାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାଶ ଓଡିଶା ପ୍ରଦେଶ ର ପ୍ରାଣ ପ୍ରତିଷ୍ଠାତା ଓ ଓଡ଼ିଆଙ୍କୁ ପ୍ରବଳ ଭଲ ପାଉଥିବା ଜଣେ ସାମାଜିକ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ସ୍ବଦେଶ ତଥା ସ୍ୱଜାତି ପ୍ରୀତିର ତୁଳନା ନାହିଁ ମେକ ଇନ ଓଡିଶା ତଥା ଶ୍ରୀଜଗନ୍ନାଥଙ୍କ ପାଇଁ କୋର୍ଟରେ ଇଂରେଜ ବିରୁଦ୍ଧରେ ଲଢ଼ିବା,ଉତ୍କଳ ସମ୍ମିଳନୀ ଦ୍ଵାରା ଓଡିଶାକୁ ସ୍ୱତନ୍ତ୍ର କରିବା ଆଦି ତାଙ୍କର ଓଡିଶାକୁ ବିଶେଷ ଅବଦାନ ଥିଲା।  ଗାନ୍ଧିଜୀ ଓ ଗୋପବନ୍ଧୁ ଦାସ ମଧ୍ୟ ତାଙ୍କୁ ଖୁବ ସମ୍ମାନ ଦେଉଥିଲେ। ଓଡିଶାର ଘରେ ଘରେ ପରିଚିତ ମଧୁ ବାବୁ କଟକରେ ପ୍ରାୟ ଚାଳିଶ ବର୍ଷ ରହି ତାଙ୍କ ଜୀବନର ଅନେକ କୃତି ଓ ସ୍ମୃତି ଏଠାରେ ଛାଡି ଯାଇଛନ୍ତି। ମାତ୍ର ଆଜିର ପିଢ଼ିର ରାଜନୈତିକ ନେତା ଓ ପ୍ରଶାସନ ତାଙ୍କୁ ତାଙ୍କ ଅବଦାନ ପାଇଁ ଯେଉଁ ସମ୍ମାନ ଦେବା କଥା ତାହା ଦେଉନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି କଟକ ନଗର ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ।

କଟକ ଗୋରାକବର ସ୍ଥିତ ମଧୁ ବାବୁଙ୍କ ସମାଧି ପୀଠରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପୁଷ୍ପ ହାର ପ୍ରଦାନ କରି ଶ୍ରୀ ବଡୁ ଏହି ସ୍ମୃତି ପୀଠକୁ ଜାତୀୟ ଐତିହ୍ୟ ମାନ୍ୟତା ଦେଇ ପର୍ଯ୍ୟଟନ ସ୍ଥଳୀ ଘୋଷଣା ପାଇଁ ଚଉବନ ଦିନ ଧରି ଦୈନିକ ପ୍ରାର୍ଥନା ଓ ଧାରଣା ଦେଉଥିବା ମଧୁସ୍ମୃତି ସୁରକ୍ଷା ମଞ୍ଚର ଦାବୀକୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ସେ କହିଥିଲେ ପର୍ଯ୍ୟଟନ ସ୍ଥଳୀ ହେଲେ ଏହି ଅଂଚଳର ସାମାଜିକ ଓ ଆର୍ଥିକ ଉନ୍ନତି ହେବା ସହିତ ମଧୁ ବାବୁଙ୍କ ବ୍ୟକ୍ତିତ୍ୱ ର ଆଭା ପ୍ରତି ଯୁବ ହୃଦୟରେ ନିଶ୍ଚିତ ପ୍ରକଟିତ ହେବ।  ଏହି ଅବସରରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଏହି ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ବଡୁଙ୍କ ସହ ଶ୍ରୀନିବାସ ରେଡି, ସନ୍ତୋଷ ମହାରଣା, ସୌମିତ୍ର ଦାଶ , ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ରୁଦ୍ର ନାରାୟଣ ଦାସ, ଅନୁପମ ଦାସ, ହୃଦାନନ୍ଦ ମହାନ୍ତି, ସରୋଜ ସାହୁ,ସୁମନ ରାଉତ, ଫିରୋଜ଼ ଖାନ, ସେକ ଅକିଲ, କବିନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.