ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବର୍ଷିଲେ ବିଜୟ ମହାପାତ୍ର, କହିଲେ ଗୋପାଳ ନିଜ କେସ ନିଜେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ କିଛି କରୁନି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୫ ଦିନରୁ ଉର୍ଦ୍ଧ୍ବ ହେଲାଣି ତା ପରେ ହତ୍ୟାକାଣ୍ଡର କାରଣ ଲୋକେ ଜାଣି ପାରିଲେନି । ପ୍ରତି ହତ୍ୟାକାଣ୍ଡରେ ମୋଟିଭକୁ ତଦନ୍ତ କରାଯାଏ । କିନ୍ତୁ ଏହି କେସର ତଦନ୍ତରେ ହେଉନି ।ଗୋପାଳ ସେଣ୍ଟ୍ରିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତେଣୁ ସତ୍ୟ ବାହାରକୁ ଆସିବା ଅସମ୍ଭବ । ତଦନ୍ତର ସତ୍ୟତା ଜାଣିବାକୁ ହେଲେ ଗୋପାଳ ଠୁ ବାହାର କୁ ଯିବାକୁ ହେବ ।
ଗୋପାଳ ନିଜ କେସ ନିଜେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ କିଛି କରୁନି । ରାଜ୍ୟ ପୋଲିସର ପାରିବା ପଣିଆ ଏଥିରୁ ଜାଣି ହେଇ ଯାଉଛି । କାହିଁକି ଗୋପାଳ ମାରିଲା ତାର ତଦନ୍ତ ହେଉ ନାହିଁ।ଗୋପାଳ ଆଗରୁ ଅଧିକ ଚାନ୍ସ ପାଇଥିଲା ସେବେ ନ ମାରି ଏବେ କାହିଁକି ତାର ତଦନ୍ତ କରୁନି କ୍ରାଇମବ୍ରାଞ୍ଚ । ସେଦିନ କହିଁକି ମାରିଲା ରାଗ କଣ ଥିଲା ସେ ଦିଗରେ ତଦନ୍ତ ଆଗକୁ ବଢୁନି ।ଏହା ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମଡ଼ର୍ର । ଡିଜିଙ୍କ ନିଦ ବହୁତ ଦିନ ପରେ ଭାଙ୍ଗିଲା । ଡିଜି କେତେ ହତ୍ୟାକାଣ୍ଡର ତଦନ୍ତ କରିଛନ୍ତି ବୋଲି ପ୍ରଶ୍ନ କଲେ ବିଜୟ ।
ବହୁତ ଭଲ ଭଲ ଅଫିସର ଅଛନ୍ତି ସେମାନଙ୍କୁ ନେଲେ ସତ ବାହାରକୁ ଆସନ୍ତା କିନ୍ତୁ ତାହା ହେଉ ନାହିଁ ।ନାରକୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ କଣ କଣ ପ୍ରଶ୍ନ ତିଆରି କରିଥିଲା ତାହା ପ୍ରଶ୍ନବାଚୀ । କ୍ରାଇମବ୍ରାଞ୍ଚ ଏ ଦିଗରେ ସ୍ପଷ୍ଟ କରିବା ଦରକାର କେଉଁ କେଉଁ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଜାଣିବାକୁ ଚାହିଁ ଥିଲା ।ନବ ଦାସଙ୍କ ସହିତ ଯେଉଁମାନେ ବ୍ୟବସାୟ କରୁଥିଲେ ସେମାନଙ୍କୁ ଡାକି ପଚାରିବାର ଆବଶ୍ୟକ ରହିଛି । ତଦନ୍ତ ସେମିତି ହୁଏ ପୂର୍ବରୁ ଅନେକ ଛୋଟ ଛୋଟ ଘଟଣା ରେ ବି ଦେଖିଛୁ ସମ୍ପର୍କୀୟ ପଚରାଯାଏଁ । ଏଠି କିନ୍ତୁ ୧୫ ଦିନ ଭିତରେ ଗୋପାଳ ଠୁ ବାହାର କୁ ବହରୁନି କ୍ରାଇମବ୍ରାଞ୍ଚ।
ପୋଲିସ ପୋଷାକ ରେ ଯେଉଁ କଳଙ୍କ ଲାଗିଛି ତାକୁ ଯଦି ନ ଛଡା ଯାଏଁ ତେବେ ମାଟିଆ ପୋଷାକ ସବୁଦିନ ପାଇଁ କଳା ହୋଇ ରହିଯିବି ।ନବ ଦାସଙ୍କ ହତ୍ୟାକାଣ୍ଡ କୁ ଚପେଇବା ପାଇଁ ପୋଲିସ ଟ୍ରେନିଂ ଓ ଫିଟନେସ ନାଁ ରେ କୌଣସି ଉଦ୍ୟମ ନ କରୁ ପୋଲିସ । ଏ ସବୁ ରେଗୁଲାର ବିଷୟ । ତାକୁ ହାଇପ ନ କରଯାଉ।ଗୋପାଳ ଅର୍ଥପେଡିକ ବିଭାଗ କୁ 2012ରେ ଯାଇଥିଲା ତେବେ ମାନସିକ ରୋଗୀ ବୋଲି ବାରମ୍ବାର କୁହାଯାଉଛି କିପରି ।କୋଲ ମାଫିଆ, ଇଣ୍ଡଷ୍ଟ୍ରି ହାଉସ, ବ୍ୟବସାୟିକ ବନ୍ଧୁ, କି ପରିବାର ସଦସ୍ୟ ସବୁ ଦିଗରୁ ତଦନ୍ତ ନ ହେଲେ ପ୍ରକୃତ ସତ ସାମ୍ନା କୁ ଆସି ପାରିବନି ।