ନବ ଦାଶଙ୍କ ଶ୍ରଦ୍ଧାଞ୍ଜଳୀ ସଭାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପିର ଜୟ ନାରାୟଣ ମିଶ୍ର, କହିଲେ ଏହା ବିଜେଡ଼ିର ଦଳୀୟ ସମାବେଶ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନବଙ୍କ ଶ୍ରଦ୍ଧାଞ୍ଜଳୀ ସଭାକୁ ମୋତେ ଡକା ଯାଇନାହିଁ । ଏହା ବିଜେଡ଼ିର ରାଜନୈତିକ ସଭା ମୋତେ କାହିଁକି ଡାକିବେ । ଡକା ଯାଇଥିଲେ ବି ମୁଁ ଯାଇନଥାନ୍ତି ବୋଲି କହିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏହା ଶ୍ରଦ୍ଧାଞ୍ଜଳୀ ସଭା ନୁହେଁ । ଶ୍ରଦ୍ଧାଞ୍ଜଳୀ ସଭା ହୋଇଥିଲେ ନିଶ୍ଚିତ ଭାବେ ଯାଇଥାନ୍ତି । ବିଜେଡ଼ି ସମାବେଶକୁ କାହିଁକି ଯିବି ବୋଲି କହିଲେ ଜୟ ନାରାୟଣ ।
ଏହା ଶ୍ରଦ୍ଧାଞ୍ଜଳୀ ସଭା ନା ଡ୍ରାମା ଜାଣି ହେଉନି । ଜଣଙ୍କର 12 ଦିନ ଅଛି, ସେଥିରେ ଯଦି ରାଜନୈତିକ ଉଦ୍ଦେଶ୍ୟ ରଖି ସମାବେଶ କରିବା ଆଶ୍ଚର୍ଯ୍ୟ ଘଟଣା ଭଳି ଲାଗୁଛି । ଶ୍ରଦ୍ଧାଞ୍ଜଳୀ ସଭାରେ ତାଙ୍କ ନିର୍ବାଚନମଣ୍ଡଳୀ ଲୋକ ଏବଂ ସମସ୍ତେ ଯିବା କଥା । କିନ୍ତୁ ଦଳୀୟ ରାଜନୀତି ଏମିତି ବ୍ୟବହାର କରିଛନ୍ତି ଯେ ଅନ୍ୟ ଦଳ ଲୋକ କେହି ଆସିବେ ନାହିଁ ଏବଂ ରାଜନୈତିକ ସମାବେଶ କରିବେ । 12 ଦିନରେ ରାଜନୈତିକ ସମାବେଶ କରିବା ଉଚିତ ଲାଗୁନାହିଁ । ଏହା ସମ୍ପୁର୍ଣ୍ଣ ଭାବେ ଭୋଟ ରାଜନୀତି । ଦଶାରେ ଶାରଦା ନାଏକ କହୁଛନ୍ତି ଆମେ ଭୋଟ ଜିତିବୁ ବୋଲି । ମଲା ଜାଗାରେ ରାଜନୀତି କରୁଛନ୍ତି । ଶବରେ ରାଜନୀତି କରୁଛନ୍ତି । ମଲା ଶବକୁ ଅସ୍ତ୍ରୋପଚାର କରୁଛନ୍ତି । ତାହେଲେ ଏମାନେ କିଭଳି ଲୋକ ଓଡିଶା ବାସୀ ବିଚାର କରିବେ । ହୀନ ସାମାଜିକ କାମ କରୁଛନ୍ତି । ଏମାନଙ୍କର ହୀନତା ଛଡ଼ା କିଛି ନାହିଁ । ହତ୍ୟାକାଣ୍ଡରେ ତାଙ୍କ ଦଳର ଜଣେ ମନ୍ତ୍ରୀ ମରିଛନ୍ତି ହେଲେ ସମବେଦନା ନାହିଁ । ସଠିକ ତଦନ୍ତ ହେଉନାହିଁ । କାରଣ ଦଳୀୟ ଆଭ୍ୟନ୍ତରୀଣ ବ୍ୟାପାରରେ ଏହି ହତ୍ୟାକାଣ୍ଡ । ସେଥିପାଇଁ ଏମାନେ କିଛି କରିବାକୁ ଚାହୁଁନାହାନ୍ତି । ସ୍ୱାର୍ଥ ପାଇଁ ମଣିଷ, ମଣିଷକୁ ମାରୁଛି ।