ସରକାରଙ୍କ ବିରୋଧରେ ଗର୍ଜିଲେ ବିଜେପି ନେତା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କରଞ୍ଜିଆ ଠାରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ସରକାରଙ୍କ ବିରୋଧରେ ଗର୍ଜିଲେ ବିଜେପି ନେତା | ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ | କରଞ୍ଜିଆ ନିର୍ବାଚନ ମଣ୍ଡଳୀର କରଞ୍ଜିଆ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ତେବେ ଆଜି ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ ଙ୍କ ନେତୃତ୍ୱ ରେ କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ କରଞ୍ଜିଆ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଘେରାଉ କରି ସଭାକାର୍ଯ୍ୟ କରିଥିଲେ | ଏଥିରେ ଦଳୀୟ କର୍ମକର୍ତ୍ତାମାନେ ବିଜେଡି ସରକାର ବିରୁଦ୍ଧରେ ନାନା କଥା ଟିପଣୀ ଦେଇଥିଲେ |

ଯେପରି ବିନା ପଲ୍ଲୀସଭାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ଆଇ ସି ଡି ଏସ୍ , ବି ଡି ଓ, ଓ ସି ଡି ପି ଓ କାର୍ଯ୍ୟାଳୟ ରେ ଦୁର୍ନୀତି, ଆଶା, ଅଙ୍ଗନୱାଡି ଓ ପାଚିକା ତଥା କଲେଜ ଓ ସ୍କୁଲ ଶିକ୍ଷକ ବିଜେଡି ସରକାରରେ ଅସନ୍ତୁଷ୍ଟ ତଥା ଆମ ଓଡିଶା ନବୀନ ଓଡିଶା ନାଁରେ ନବୀନ ବାବୁ ନୂଆ ଯୋଜନା କଲେ କିନ୍ତୁ ନବୀନ ସରକାର ୨୩ ବର୍ଷ ଶାସନ କଲେ ହେଁ , ଗାଁ ପଞ୍ଚାୟତ ର ଉନ୍ନତି କଅଣ ହୋଇପାରିନାହିଁ | ଏଣୁ ଭାରତୀୟ ଜନତା ପାର୍ଟି ଏହି ଦୁର୍ନୀତି କୁ ଲୋକଲୋଚନକୁ ଆଣିବାର ପ୍ରୟାସ କରି ସାରା ଓଡିଶାରେ ଲୋକମାନଙ୍କୁ ସଚେତନ କରି ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଜାରି ରଖିଛନ୍ତି |

ଏହି କାର୍ଯ୍ୟକ୍ରମ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ପୂର୍ବତନ ବିଧାୟକ ପଦ୍ମଚରଣ ହାଇବୁରୁ,ମଣ୍ଡଳ ସଭାପତି ସଞ୍ଜୀବ ପାଣିଗ୍ରାହୀ, ଦେବେନ୍ଦ୍ର ମହାନ୍ତ,ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ମହାନ୍ତ, ଜିଲ୍ଲା କୃଷକ ମୋର୍ଚା ସଭାପତି ମଦନମୋହନ ମହାନ୍ତ ,ଜିଲ୍ଲା ସମ୍ପାଦିକା ସୁନାମଣି ହୋ,ଜିଲ୍ଲା କୃଷକ ଉପସଭାପତି ଝରଣା ପୃଷ୍ଟି,ଜ୍ୟୋସ୍ନାରାଣୀ ମହାନ୍ତ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ଆଦିବାସୀ ନେତା ଯୁଗୋଳ କିଶୋର ନାଏକ, ଯୁବନେତା ଜନାର୍ଦନ ବେହେରା,ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳି ସିଧୁ, ଦିଲ୍ଲୀପ ମହାନ୍ତ , ବିପ୍ଳବ ସଂକ୍ଷୀଆଳ ଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ | ତେବେ ଆଜି ବିଡିଓ ଅନୁପସ୍ଥିତି ଥିବାରୁ ଜିପିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |

Leave A Reply

Your email address will not be published.