ଓଡ଼ିଆ ନ୍ୟୁଜ୍: ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଗୁରୁତ୍ବପୂର୍ଣ୍ଣ କର୍ମଶାଳା ଆରମ୍ଭ।ବିଜେପିର ଜନଜାତି ସଙ୍କୁଳ ବିକାଶ ପରିଯୋଜନା କର୍ମଶାଳା।ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ଉପସ୍ଥିତ।କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ।ଆଦିବାସୀଙ୍କ ପାଇଁ ଥିବା ଯୋଜନା ଗ୍ରାଉଣ୍ଡରେ ପହଞ୍ଚାଇବାକୁ ଆଲୋଚନା। ST ବିଧାୟକ, ସାଂସଦଙ୍କୁ କିଛି ଗାଁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଦିଆଯିବ ଦାୟିତ୍ୱ।
ସେପଟେ ଆଜି ବିଜେପିର କୋର କମିଟି ବୈଠକ । ଏଥିରେ ନୂଆପଡ଼ା ଉପନିର୍ବାଚନ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଦଳର ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଙ୍ଗଠକ ଭି. ସତୀଶ ଏହି ବୈଠକରେ ସାମିଲହେବେ। ଉଭୟ ନେତା ବୁଧବାର ସୁଦ୍ଧା ଓଡ଼ିଶା ଗସ୍ତରେ ଆସିସାରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ୨ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ, ପ୍ରଭାତୀ ପରିଡ଼ା, ୨ ପ୍ରଭାରୀ ବିଜୟପାଲ ସିଂ ତୋମାର, ଲତା ଉସେଣ୍ଡି ଏବଂ କୋର୍ କମିଟିର ଅନ୍ୟ ସଦସ୍ୟମାନେ ସାମିଲ ହେବେ। ଦଳ ପକ୍ଷରୁ କାହାକୁ ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରାଯିବ ସେନେଇ କୋର୍ କମିଟିରେ ଚୂଡ଼ାନ୍ତ ହେବା ପରେ ସେହି ରିପୋର୍ଟ କେନ୍ଦ୍ରକୁ ପଠାଯିବ ବୋଲି ଜଣାପଡ଼ିଛି।