ଆରମ୍ଭ ହେଲା ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

0

ଓଡ଼ିଆ ନ୍ୟୁଜ୍: ଆରମ୍ଭ ହେଲା ରାଜ୍ୟ ବିଜେପିର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ। ବିଧାୟକଙ୍କ ସହ ଦଳର ବରିଷ୍ଠ ନେତା ବୈଠକରେ ସାମିଲ। ରାଜ୍ୟ କାର୍ଯ୍ୟାଳୟରେ ବସିଛି ବିଧାୟକ ଦଳ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ। ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମାନେ ମଧ୍ୟ ଉପସ୍ଥିତ। ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ଚାଲିଛି ଆଲୋଚନା। ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବିଏଲ ସନ୍ତୋଷ ଆସି କରିଥିଲେ ବୈଠକ।

ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କ ସହ କରିଥିଲେ ରୁଦ୍ଧ ଦ୍ୱାର ଆଲୋଚନା। ଡିସେମ୍ବର ସୁଦ୍ଧା ସମସ୍ତ କମିଟି ସାରିବାକୁ ଦେଇଥିଲେ ନିର୍ଦ୍ଦେଶ। ତେଣୁ ସେ ନେଇ ଆଲୋଚନା ହୋଇପାରେ। ଅନ୍ୟପଟେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ର ପକ୍ଷରୁ ଦିଆଯାଇଥିବା କାର୍ଯ୍ୟକ୍ରମକୁ ମଧ୍ୟ ଗ୍ରାଉଣ୍ଡ ଜିରୋରେ ପହଞ୍ଚାଇବା ନେଇ ଆଲୋଚନା ହୋଇପାରେ।

Leave A Reply

Your email address will not be published.