ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

0

ଓଡ଼ିଆ ନ୍ୟୁଜ୍: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ରାଜ୍ୟ ବିଜେପି ପଦାଧିକାରୀ ଓ ବିଧାୟକମାନେ ଉପସ୍ଥିତ ରହିବା କାର୍ଯ୍ୟକ୍ରମ। ପ୍ରଥମେ ଏସ୍‌ଆଇଆର୍‌ ଓ ପରେ ରାଜ୍ୟସଭା ନିର୍ବାଚନକୁ ନେଇ ଆଲୋଚନା। ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବା ନେଇ ଟ୍ରେନିଂ ଦିଆଯାଇପାରେ।ଅପରାହ୍ଣରେ ବିଜେପି ବିଧାୟକମାନେ ପାରାଦୀପ ଯିବାର କାର୍ଯ୍ୟକ୍ରମ ରହିଛି।

ଖବର ଅନୁଯାୟୀ, ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ । ଖାସ୍ କରି ଏସ୍ଆଇଆର ପ୍ରସଙ୍ଗରେ ଆଲୋଚନା ହେବ । ରାଜ୍ୟ ବିଜେପି ପଦାଧିକାରୀ ଏବଂ ବିଧାୟକମାନେ ଉପସ୍ଥିତ ରହିବେ । ଏହାପରେ ରାଜ୍ୟସଭା ନିର୍ବାଚନକୁ ନେଇ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବେ ରାଜ୍ୟ ସଭାପତି । ଯେଉଁଥିରେ ଭୋଟିଂ ବାବଦରେ ଟ୍ରେନିଂ ମଧ୍ୟ ଦିଆଯିବ ବୋଲି ସୂଚନା ମିଳିଛି । ସେହିପରି ଅପରାହ୍ନରେ ଦଳର ବିଧାୟକମାନେ ପାରାଦୀପ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave A Reply

Your email address will not be published.