ବିଜେପି ବିଧାୟକ ମୋହନ ମାଝୀଙ୍କ ବଡ଼ ଖୁଲାସା: ମୋକିମଙ୍କ ସହ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ଆଉ ଜଣେ କଂଗ୍ରେସ ନେତା

0

 ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସରୁ କେତେଜଣ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। କେବଳ ମୋକିମ ନା ଆଉ କିଏ। ସେପଟେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ମୋକିମଙ୍କ ସହ ଆଉ ଜଣେ ବିଧାୟକ ଭୋଟ୍ ଦେଇଛନ୍ତି। ତେବେ ସେ ବିଧାୟକ ଜଣଙ୍କ କିଏ କାଲି ଫଳାଫଳ ଆସିବା ପରେ ଫର୍ଦ୍ଦାଫାସ ହେବ। କଂଗ୍ରେସରୁ କେବଳ ମୋକିମ ନା ଆଉ କିଏ? ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ମୋକିମଙ୍କ ସ୍ୱୀକାର ପରେ ଏ ଚର୍ଚ୍ଚା ହେଉଥିବା ବେଳେ ବିଜେପି ବିଧାୟକ ମୋହନ ମାଝୀଙ୍କ ବୟାନ ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବିଜେଡି ଓ ବିଜେପି ଭାଇ ଭାଇ ବୋଲି କଂଗ୍ରେସ ଆଣିଥିବା ଅଭିଯୋଗ ଉପରେ ଜବାବ ଦେବାକୁ ଯାଇ ମୋହନ ମାଝୀ କହିଛନ୍ତି, ମୋକିମ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବା ସହ ଆଉ ଜଣେ କଂଗ୍ରେସ ବିଧାୟକ ମଧ୍ୟ ତାଙ୍କୁ ଭୋଟ୍ ଦେଇଛନ୍ତି। ଆସନ୍ତାକାଲି ଫଳାଫଳ ବାହାରିବା ପରେ ଫର୍ଦ୍ଦାଫାସ ହେବ ବୋଲି ସେ କହିଛନ୍ତି।
ସେପଟେ ମୋକିମ ପରେ ଆଉ 8 ଜଣ ବିଧାୟକ କଂଗ୍ରେସରେ ଅଛନ୍ତି। ଏହି 8 ଜଣଙ୍କ ମଧ୍ୟରେ କିଏ ସେ ବିଧାୟକ ଯିଏକି ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି। ଏ ଖବର ବିଜେପି ପାଖରେ ରହିଛି। ବିଜେପିର ଏ ଦାବିକୁ ଅସ୍ୱୀକାର କରିଛି କଂଗ୍ରେସ। ମୋହନ ମାଝୀଙ୍କ ବୟାନ ଯଦି ସତ୍ୟ ଉପରେ ଆଧାରିତ ହୋଇଥାଏ ତାହାହେଲେ ସେ କଂଗ୍ରେସ ବିଧାୟକ ଜଣକ କିଏ। ଯଦି ସେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି ତେବେ ନିରବ କାହିଁକି ରହିଲେ।

Leave A Reply

Your email address will not be published.